ଯୁବକଙ୍କୁ ପଥରରେ ଛେଚି ହତ୍ୟା, କାରଣ ଅସ୍ପଷ୍ଟ

ରାଉରକେଲା : ରାଉରକେଲା ଜିଲା ବୀରମିତ୍ରପୁର ତେଲି ମାର୍କେଟ ଠାରେ ସୋମବାର ବିଳମ୍ବିତ ରାତିରେ ଜଣେ ଯୁବକଙ୍କୁ ପଥରେ ଛେଚି ହତ୍ୟା କରାଯାଇଥିବାର ଅଭିଯୋଗ ହୋଇଛି। ଯୁବକ ଜଣକ ବିଭିନ୍ନ ହୋଟେଲକୁ ପାଣି ଯୋଗାଇ ନିଜର ଗୁଜୁରାଣ ମେଣ୍ଟାଉ ଥିଲେ। ତେବେ ତାଙ୍କୁ କିଏ ଓ କାହିଁକି ହତ୍ୟା କରିଛି ତାହା ଅସ୍ପଷ୍ଟ ରହିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ସହ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Comments are closed.