ବଧୂ ହତ୍ୟା ଅଭିଯୋଗ ; ଉତ୍ତ୍ୟକ୍ତଲୋକଙ୍କ ରାସ୍ତାରୋକ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ତୁଣପୁର ଗାଁରେ ଜଣେ ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତଙ୍କ ଗିରଫ ଦାବିରେ ଚଣ୍ଡିଖୋଲ- ପାରାଦୀପ ରାସ୍ତା ଅବରୋଧ କରାଯାଇଛି । ଫଳରେ ରାସ୍ତା ଉପରେ ଶହ ଶହ ଗାଡି ଅଟକି ରହିଛି ।

ସୂଚନାଯୋଗ୍ୟ, ଚାରି ବର୍ଷ ପୂର୍ବେ ଉକ୍ତ ମହିଳାଜଣକ ସେହି ଗାଁର ଜଣେ ଯୁବକଙ୍କୁ ପ୍ରେମ ବିବାହ କରିଥିଲେ । ଏହି ବିବାହକୁ ନେଇ ତାଙ୍କ ଶାଶୁଘର ଲୋକ ସନ୍ତୁଷ୍ଟ ନଥିଲେ । ମହିଳାଙ୍କୁ ନିର୍ଯାତନା ଦେବା ସହ ଅନେକ ସମୟରେ ଯୌତୁକ ଦାବି କରୁଥିଲେ । ତେବେ ଯୌତୁକ ପାଇଁ ଝିଅକୁ ହତ୍ୟା କରାଯାଇଛି ବୋଲି ମହିଳାଙ୍କ ପରିବାର ଲୋକ ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଏହି ଘଟଣାକୁ କେନ୍ଦ୍ର କରି ମହିଳାଙ୍କ ବାପାଘର ଲୋକ ଏବଂ ଶାଶୁଘର ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି । ଉତ୍ତ୍ୟକ୍ତଲୋକେ ଚଣ୍ଡିଖୋଲ- ପାରାଦୀପ ରାସ୍ତା ଅବରୋଧ କରି ଧାରଣା ଦେଇଛନ୍ତି ।

Comments are closed.