‘ସମାଜ’ କର୍ମଚାରୀଙ୍କୁ ହତ୍ୟା

0

ବଲାଙ୍ଗୀର : ‘ସମାଜ’ର ବିଜିନେସ ଡେଭେଲପମେଣ୍ଟ ଏକ୍ବିକ୍ୟୁଟିଭ୍‌ (ବିଡିଇ) ପ୍ରତାପ ମହାପାତ୍ରଙ୍କୁ ସୋମବାର ବିଳମ୍ବିତ ରାତିରେ ବଲାଙ୍ଗୀର ଠାରେ ହତ୍ୟା କରାଯାଇଛି। ପୁଲିସର ପ୍ରାଥମିକ ତଦନ୍ତ ଅନୁଯାୟୀ, ପ୍ରତାପ ସୋନପୁରରୁ ବଲାଙ୍ଗୀର କାର୍ଯ୍ୟାଳୟ ଯାଉଥିବା ବେଳେ  ଅଫିସ ଠାରୁ ମାତ୍ର ୧୦୦ମିଟର ଦୂର ଏକ ନିଛାଟିଆ ରାସ୍ତାରେ କିଛି ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ କରିଥିଲେ। ଲୁଟ ପାଇଁ ତାଙ୍କୁ ଆକ୍ରମଣ କରାଯାଇଥିବା ଅନୁମାନ କରାଯାଉଛି। ଏହି ଆକ୍ରମଣରେ ପ୍ରତାପଙ୍କ ମୃତ୍ୟୁ ଘଟିଛି। ପୁଲିସ ଏହି ଘଟଣାରେ ୩ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି। ପ୍ରତାପଙ୍କ ଘର ଜଗତସିଂହପୁର ଜିଲା ପାରାଦୀପର କୁଜଙ୍ଗ ନିକଟସ୍ଥ ଗୋପିୟାକୁଦା ଠାରେ ବୋଲି ଜଣାପଡିଛି। ଏହି ଘଟଣାରେ ଡିଜିପି ଆର.ପି. ଶର୍ମା ବଲାଙ୍ଗୀର ଜିଲା ଏସ୍.ପିଙ୍କୁ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ନିର୍ଦେଶ ଦେଇଛନ୍ତି।

 

Leave A Reply