ଯୁବକଙ୍କୁ ସଂଘବଦ୍ଧ ହତ୍ୟା

0

ସୁଆଣ୍ଡୋ : ମଙ୍ଗଳବାର ଦିନ ଦ୍ବିପହରେ ଦଳେ ଲୋକ ସଂଘବଦ୍ଧ ହୋଇ ବିଚ୍ ରାସ୍ତାରେ ନୃଶଂସ ଭାବେ ଜଣକୁ ଗୋଡାଇ ଗୋଡାଇ ହାଣି ପକାଇଛନ୍ତି। ମୃତ ବ୍ୟକ୍ତି ଜଣକ ଥେଣ୍ଟପୁର ଗ୍ରାମର ଜୟକୃଷ୍ଣ ପ୍ରଧାନ  (୫୦)। ସୂଚନାଯୋଗ୍ୟ ଯେ, ଜୟକୃଷ୍ଣ ଅପରାହ୍ନ ଦୁଇଟା ବେଳେ ନିଜ ଗ୍ରାମରୁ ବଜାର ଯିବା ସମୟରେ ବିଭିନ୍ନ ମାରଣାସ୍ତ୍ର ଧରି ପୂର୍ବରୁ ଜଗି ରହିଥିବା ସାତ ଜଣ ଲୋକ ତାଙ୍କୁ ହାଣି ପକାଇଥିଲେ। ଖବର ପାଇ ଥାନା ଅଧିକାରୀ ଗିରିଜାନନ୍ଦନ ପଟ୍ଟନାୟକ ଘଟଣାସ୍ଥଳରେ ପହଞ୍ଚିଥିଲେ। ଶ୍ରୀ ବେହେରାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପ୍ରଥମେ ଚନ୍ଦନପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ତେବେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ପୁରୀ ମେଡିକାଲକୁ ପଠାଯାଇଥିଲା । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାସ୍ଥଳରୁ ଅଭିଯୁକ୍ତମା​‌ନେ ଫେରାର ହୋଇଯାଇଛନ୍ତି। ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

Leave A Reply