ନାବାଳିକା ଦୁଷ୍କର୍ମ ଘଟଣା ! ; ନିଲମ୍ବିତ ହେଲେ ଚଳକୀ ଯୋଗାଣ ସହାୟକ

ମୁରିବାହାଲ:  ମୁରିବାହାଲ ଥାନା ଅନ୍ତର୍ଗତ ଚଳକୀ ସଦର ମହକୁମାର ଜଣେ ନାବାଳିକାକୁ ବିବାହର ମିଥ୍ୟା ପ୍ରଲୋଭନ ଦେଖାଇ ଶାରିରୀକ ସମ୍ପର୍କ ରଖି ପରେ ନାବାଳିକା ଜଣକ ୮ମାସର ଗର୍ଭବତି ହେବା ଘଟଣା ବିଭିନ୍ନ ଗଣ ମାଧ୍ୟମ ଖବର କାଗଜରେ ପ୍ରଶାରିତ ହେଲା ପରେ ଅଭିଯୁକ୍ତ ମୁରିବାହାଲ ବ୍ଲକ ଚଳକୀ ପଞ୍ଚାୟତର ଯୋଗାଣ ସହାୟକ ରୁଷୁ ବେନିଆ ଏହି ଘଟଣା ପରେ ଦୀର୍ଘ ଦିନ ଫେରାର ଥିବା ବେଳେ କାର୍ଯ୍ୟରେ ଅନୁପସ୍ଥିତ ଥିବା ଯୋଗୁଁ ଅଭିଯୁକ୍ତକୁ ପଞ୍ଚାୟତ ପକ୍ଷରୁ ନିଲମ୍ବନ କରାଯାଇଥିବା ସୂଚନା ମିଳିଛି।

ଏସମ୍ପର୍କରେ ପଞ୍ଚାୟତ ପକ୍ଷରୁ ତା.୧୨.୦୬.୨୦ରେ ପତ୍ର ସଂଖ୍ୟା ୧୦୭ରେ କାରଣ ଦର୍ଶାଅ ନୋଟିସ ଜାରି କରି କୈଫତ ମଗାଯାଇଥିଲା , ଯାହାର ଉତ୍ତର ସେ ଆଜି ପର୍ଯ୍ୟନ୍ତ ଦେଇ ନାହଁନ୍ତି। ପଞ୍ଚାୟତ ସମସ୍ତ ଓାର୍ଡ ସଭ୍ୟ ଆଲୋଚନା କରି ପଞ୍ଚାୟତ ପ୍ରସ୍ତାବ ସଂଖ୍ୟା ୧. ତା.୦୨.୦୭.୨୦ ରେ ରୁଷୁଙ୍କୁ ଯୋଗାଣ ସହାୟକ ପଦରୁ ନିଳମ୍ବନ କରାଯାଇଛି ବୋଲି ସରପଞ୍ଚ ଦିବ୍ୟ ଲୋଚନ ବୁଡେକ ସୁଚନା ଦେଇଛନ୍ତି। ଅନ୍ୟ ପକ୍ଷରେ ପିଡିତା ଜଣକ ମୁରିବାହାଲ ଥାନାରେ ଏତଲା ଦେବାର ୧୮ ଦିନ ବିତି ଯାଇଥିଲେ ମଧ୍ୟ ପୁଲିସ ପାଖରେ ତାହାର କିଛି ଖୋଜ ଖବର ନାହିଁ। କିନ୍ତୁ କାଲି ଯୋଗାଣ ସହାୟକଙ୍କ ପରିବାରଙ୍କୁ ଡାକି ପଚରାଉଚରା କରି କାମ ସାରିଦେଇଥିବା ପିଡିତାଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ସରପଞ୍ଚ ଶ୍ରୀ ବୁଡେକ ମୁରିବାହାଲ ଭାରପ୍ରାପ୍ତ ବିଡିଓ ନରେଶ ଚନ୍ଦ୍ର ବେହେରାଙ୍କୁ ନିଳମ୍ବନ ଆଦେଶ ଚିଠି ଦେଇଥିବା ପ୍ରକାଶ କରିଛନ୍ତି।

Comments are closed.