ଦୁଇ ପରିବାରର କଳିରୁ ୧୪ ବର୍ଷର ନାବାଳିକାକୁ ହାଣି ହତ୍ୟା ଅଭିଯୋଗ

0

ଚେନ୍ନଇ . – ଦୁଇଟି ପରିବାରରେ କଳି ପରେ ଜଣେ ବ୍ୟକ୍ତି ପଡୋଶୀଙ୍କର ନାବାଳିକ ଝିଅକୁ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏହି ଘଟଣା  ତାମିଲନାଡୁର ସଲେମ ଜିଲ୍ଲାରେ ଘଟିଛି । ସଲେମ ଜିଲ୍ଲାର ଆଥୁରରେ ଥିବା ଥାଲାଭାଇପତି ଅଞ୍ଚଳରେ ଏହି ହତ୍ୟା ହୋଇଥିବା ଅଭିଯୋଗ ହୋଇଛି ।

ଏହି ଦୁଇ ପରିବାର ମଧ୍ୟରେ ବେଶ୍‌ ଭଲ ସମ୍ପର୍କ ଥିଲା । କୌଣସି କାରଣରୁ ଏମାନଙ୍କ ମଧ୍ୟରେ ଝଗଡା ଲାଗିଥିଲା । ଏହାପରେ ଦିନେଶ କୁମାର ନାମକ ବ୍ୟକ୍ତି ପଡୋଶୀଙ୍କ ଘରେ ପଶି ତାଙ୍କର ନାବାଳିକା ଝିଅର ମୁଣ୍ଡ ଗଣ୍ଡି ଅଲଗା କରିଦେଇଥିଲା । ଝିଅର ମାଆ ସାମ୍ନାରେ ଏହି ଘଟଣା ଘଟିଥିଲା । ସେ ପାଟି କରି ଡାକିବାରୁ ଅନ୍ୟମାନେ ସେଠାରେ ପହଞ୍ଚିଥିଲେ । ପୁଲିସକୁ ଖବର ଦେବା ପରେ ପୁଲିସ ଅଭିଯୁକ୍ତ ଦିନେଶକୁ ଗିରଫ କରିଛି । ତେବେ କେଉଁ କାରଣରୁ ଏହି ହତ୍ୟା କାଣ୍ଡ ଘଟିଥିଲା , ସେ ବିଷୟରେ ତଦନ୍ତ ଚାଲିଥିବା କଥା ପୁଲିସ କହିଛି ।

Leave A Reply