‘ମୁନ୍ନାଭାଇ-୩’ର ପ୍ରସ୍ତୁତି ଆରମ୍ଭ କଲେ ହିରାନୀ

0

ମୁମ୍ବଇ : ପୁଣିଥରେ ସଞ୍ଜୟ ଦତ୍ତଙ୍କୁ ଆଧାର କରି ଚଳଚ୍ଚିତ୍ର ନିର୍ମାଣ କରିବାକୁ ଯାଉଛନ୍ତି ନିର୍ମାତା-ନିର୍ଦ୍ଦେଶକ ରାଜକୁମାର ହିରାନୀ। ସୂଚନା ଅନୁସାରେ, ହିରାନୀ ଚଳିତ ବର୍ଷ ସଞ୍ଜୟ ଦତ୍ତଙ୍କ ବାୟୋପିକ୍‍ ‘ସଞ୍ଜୁ’ ପରେ ଏବେ ପୁଣି ମୁନ୍ନାଭାଇର ତୃତୀୟ ଭାଗ ନିର୍ମାଣ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସେ ସ୍ଥିର କରିଛନ୍ତି ଯେ, ଏହି ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ସଞ୍ଜୟ ଦତ୍ତ ଓ ଅରଶଦ ୱାରସି ନିଶ୍ଚିତ ରହିବେ। ତେବେ ଏ ଦୁଇ କଳାକାରଙ୍କ ବ୍ୟତୀତ ବାକି ସମସ୍ତ ନୂଆ କଳାକାର ରହିବେ।

ହିରାନୀ ତାଙ୍କ ଚଳଚ୍ଚିତ୍ରର କାହାଣୀ ଲେଖିବାରେ ବହୁତ ସମୟ ନେଇ ଥାଆନ୍ତି ଓ ଏହି ଚଳଚ୍ଚିତ୍ର କ୍ଷେତ୍ରରେ ମଧ୍ୟ ସେହିପରି ହୋଇଛି। ହେଲେ ଏପର୍ଯ୍ୟନ୍ତ ସଠିକ୍‍ ଭାବେ ଜଣାପଡ଼ି ନାହିଁ ଯେ ‘ମୁନ୍ନାଭାଇ-୩’ ର ବିଷୟବସ୍ତୁ କ’ଣ ରହିବ। ମିଳିଥିବା ଖବର ଅନୁସାରେ, ହିରାନୀ ୨୦୧୯ର ଶେଷ ସୁଦ୍ଧା ଏହି ଚଳଚ୍ଚିତ୍ରର ସୁଟିଂ ଆରମ୍ଭ କରିବେ।

Leave A Reply