ସହରାଞ୍ଚଳ ବିକାଶ ପାଇଁ ଟାସ୍କଫୋର୍ସ ଗଠିତ

ଚୌଦ୍ୱାର : ଚୌଦ୍ୱାର ସହରରେ ପର୍ଯ୍ୟାପ୍ତ ଆଲୋକୀକରଣ, ପିଡ଼ିଏସ୍ ସାମଗ୍ରୀର ସୁଷମ ବଣ୍ଟଳ, ସମସ୍ତଙ୍କ ପାଇଁ ସ୍ୱଚ୍ଛ ପାନୀୟ ଜଳ ବ୍ୟବସ୍ଥା, ରାସ୍ତା ଓ ଡ୍ରେନ୍ ନବିକରଣ ଆଦିକୁ ତ୍ୱରାନ୍ୱିତ କରାଯିବା ପାଇଁ ପୌର ପରିଷଦ ବୈଠକରେ ନିଷ୍ପତ୍ତି ନିଆ ଯାଇଛି । ପୌରାଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲଙ୍କ ଅଧ୍ୟକ୍ଷତାରେ ପୌର ସଭାଗୃହରେ ଅନୁଷ୍ଠିତ ଏହି ବୈଠକରେ ସହରାଞ୍ଚଳର ସର୍ବଙ୍ଗୀନ ବିକାଶ ପାଇଁ ପ୍ରତି ବିଭାଗରେ ଟାସ୍କ ଫୋର୍ସ ଗଠନ ପାଇଁ ପ୍ରସ୍ତାବ ଆଗତ କରାଯାଇଥିଲା । ପ୍ରସ୍ତାବ କ୍ରମେ ବିଭିନ୍ନ ଉନ୍ନୟନ କାର୍ଯ୍ୟପାଇଁ ସବ୍ କମିଟି ମାନ ଗଠନ କରାଯାଇଥିଲା । ଏଥି ସହିତ ସହରାଞ୍ଚଳରେ ଜବରଦଖଲ ହୋଇଥିବା ସରକାରୀ ଜମିକୁ ଜବର ଦଖଲମୁକ୍ତ କରିବା ପାଇଁ ତୁରନ୍ତ ପଦକ୍ଷେପ ନିଆଯିବାପାଇଁ ବୈଠକରେ ଧାର୍ଯ୍ୟ କରାଯାଇଥିଲା। ଏଥି ସହିତ ପେନସନଧାରୀମାନଙ୍କ ସମସ୍ତ ସମସ୍ୟା ସମାଧାନ ଓ ପେନସନ୍ ପ୍ରଦାନ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବାପାଇଁ ଜଣେ ପୌର କର୍ମଚାରୀଙ୍କୁ ବିଶେଷ ଭାବେ ଦାୟିତ୍ୱ ଅର୍ପଣ କରାଯାଇଥିଲା । ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ, ପୌର ନିର୍ବାହୀ ଅଧିକାରୀ ପବିତ୍ର କୁମାର ବେହେରା, ମ୍ୟୁନିସିପାଲ ଇଂଜିନିୟର ମହେଶ ପ୍ରସାଦ ମିଶ୍ର,ସମସ୍ତ ବିଭାଗୀୟ ଅଧିକାରୀ ଓ ସମସ୍ତ କାଉନସିଲର ବୈଠକରେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Comments are closed.