ଏବେ ହୋଇ ନ ପାରେ ମହାନଗର ନିଗମ ଓ ପୌର ନିର୍ବାଚନ, ବିଧାନସଭାରେ ମନ୍ତ୍ରୀଙ୍କ ଉତ୍ତରରୁ ମିଳିଲା ଆଭାସ

ଭୁବନେଶ୍ବର: ମହାନଗର ନିଗମ ଓ ପୌର ନିର୍ବାଚନ ଏବେ ହୋଇ ନ ପାରେ। ନିର୍ବାଚନ ନ ହେବା ନେଇ ମନ୍ତ୍ରୀଙ୍କ ଉତ୍ତରରୁ ଆଭାସ ମିଳିଛି। ଆଜି ବିଧାୟକ ମୁକେଶ ମହାଲିଙ୍ଗ ବିଧାନସଭାରେ ପଚାରିଥିବା ପ୍ରଶ୍ନର ଉତ୍ତର ଦେଇ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ ହାଇକୋର୍ଟ ସ୍ଥଗିତାଦେଶ ଯୋଗୁଁ ରାଉରକେଲା ଓ ସମ୍ବଲପୁରରେ ନିର୍ବାଚନ ବନ୍ଦ ରହିଛି। ଅନ୍ୟ ୩ଟି ମହାନଗରରେ ପ୍ରଚଳିତ ନିୟମରେ ସଂଶୋଧନ ପରେ ପଦକ୍ଷେପ ନିଆଯିବ। ଆବଶ୍ୟକ ସଂଶୋଧନ ପରେ ପୌର ପରିଷଦ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାଚନ ହୋଇଥାନ୍ତା। କୋଭିଡ୍‌ ଯୋଗୁ ସଂଶୋଧନ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି। ନିୟମରେ ସଂଶୋଧନ ପରେ ପୌର ନିର୍ବାଚନ ପାଇଁ ପଦକ୍ଷେପ ନିଆଯିବ ବୋଲି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ପ୍ରକାଶ କରିଛନ୍ତି।

Comments are closed.