ପୌର ସଂଶୋଧନ ବିଧେୟକ ଆଗତ : ୫୦ ପ୍ରତିଶତ ପର୍ଯ୍ୟନ୍ତ ସଂରକ୍ଷଣ

ଭୁବନେଶ୍ବର : ଆସନ୍ତା ପୌର ନିର୍ବାଚନ ପାଇଁ ବାଟ ଫିଟିଛି। ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୌର ନିର୍ବାଚନରେ ଆସନ ସଂରକ୍ଷଣକୁ ୫୦ପ୍ରତିଶତ ଭିତରେ ସୀମିତ ରଖିବା ଲାଗି ସ୍ବତନ୍ତ୍ର ରାସ୍ତା ବାହାର କରିଛନ୍ତି। ତେବେ ଯେଉଁଠାରେ ପଛୁଆବର୍ଗଙ୍କ ସଂଖ୍ୟା ଅଧିକ ଥିବ କିମ୍ବା ସ୍ଥଳବିଶେଷରେ ପଛୁଆବର୍ଗଙ୍କୁ ୨୭ପ୍ରତିଶତ ଯାଏଁ ସଂରକ୍ଷଣ ସୁବିଧା ଯୋଗାଇ ଦିଆଯିବ। ଏଥିପାଇଁ ସୋମବାର ବିଧାନସଭାର ଅପରାହ୍ଣ ଅଧିବେଶନରେ ଗୃହରେ ଓଡ଼ିଶା ପୌର ଅଧିନିୟମର ସଂଶୋଧନ ବିେଧୟକ-୨୦୨୧କୁ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଆଗତ କରିଛନ୍ତି।
ଏ ସଂପର୍କରେ ସୂଚନା େଦଇ ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ ସମ୍ବିଧାନର ନିୟମ ଅନୁସାରେ େପୗରପାଳିକାରେ ଥିବା ଅନୁସୂଚିତ ଜାତି,ଜନଜାତି ଜନସଂଖ୍ୟା ଅନୁପାତରେ େପୗରପାଳିକାରେ ସେମାନଙ୍କ ପାଇଁ ଆସନ ସଂରକ୍ଷଣ ରହିବ। କେଉଁ ନିୟମରେ ଅନୁସୂଚିତ ଜାତି, ଜନଜାତି, ମହିଳା ଅବା ପଛୁଆବର୍ଗଙ୍କ ପାଇଁ ଅଧ୍ୟକ୍ଷ ପଦର ସଂରକ୍ଷଣ କରାଯିବ ତାହା ବିଧାନସଭା ସ୍ଥିର କରିବ। ଉଚ୍ଚନ୍ୟାୟାଳୟଙ୍କ ରାୟ ଅନୁସାରେ ପୌରାଞ୍ଚଳରେ ସଂରକ୍ଷଣ ସୀମା ୫୦ପ୍ରତିଶତ ଅତିକ୍ରମ କରିପାରିବ ନାହିଁ। କେ.କ୍ରିଷ୍ଣମୂର୍ତ୍ତି ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟ ସ୍ଥାନ ସଂରକ୍ଷଣ ୫୦ ପ୍ରତଶତ ଭିତରେ ରଖିବାକୁ ନିର୍ଦେଶ େଦଇଛନ୍ତି। ତେଣୁ ପଛୁଆବର୍ଗଙ୍କ ପାଇଁ ଥିବା ୨୭ପ୍ରତିଶତ ସ୍ଥାନ ସଂରକ୍ଷଣ ବ୍ୟବସ୍ଥାର ସଂଶୋଧନ ପାଇଁ ସରକାର ଓଡ଼ିଶା ପୌର ଅଧିନିୟମ ୧୯୫୦ ଓ ଓଡ଼ିଶା ପୌର ନିଗମ ଅଧିନିୟମ, ୨୦୦୩ରେ ସଂଶୋଧନ ଆଣିବାକୁ ବିଧେୟକରେ ରହିଛି। ରାଜ୍ୟରେ ଆଗକୁ ଯେଉଁ ପୌର ଭୋଟ ହେବ ସେଥିରେ ପୌର ସଂସ୍ଥାଗୁଡ଼ିକରେ ପଛୁଆବର୍ଗଙ୍କ ପାଇଁ ସର୍ବାଧିକ ୨୭ ପ୍ରତିଶତ ଆସନ ସଂରକ୍ଷଣ ରହିପାରିବ। ଯେପରି ତାହାର ସୀମା ୫୦ପ୍ରତିଶତକୁ ଟପିବ ନାହିଁ।
ଅନୁସୂଚିତ ଜାତି ଓ ଜନଜାତିଙ୍କ ସହ ପଛୁଆବର୍ଗ ସଂରକ୍ଷଣ ମିଶି ସଂପୃକ୍ତ େପୗରାଞ୍ଚଳର ମୋଟ ଆସନ ସଂଖ୍ୟାର ଶତକଡ଼ା ୫୦ ଭାଗ ମଧ୍ୟରେ ହିଁ ରହିବ। ପ୍ରତି ନିର୍ବାଚନରେ େପୗରାଞ୍ଚଳର ୱାର୍ଡଗୁଡ଼ିକରେ ଏହି ସଂରକ୍ଷଣ ପର୍ଯ୍ୟାୟକ୍ରମେ ଆବଣ୍ଟନ କରାଯିବ।
ସେହିଭଳି ରାଜ୍ୟରେ ଥିବା ସମସ୍ତ େପୗରପାଳିକାରେ ଅଧ୍ୟକ୍ଷ ପଦ ପାଇଁ ସଂରକ୍ଷଣ ବ୍ୟବସ୍ଥା ସଂଶୋଧିତ ହେବ। ରାଜ୍ୟର ମୋଟ ପୌରପାଳିକା ଅଧ୍ୟକ୍ଷ ପଦର ସଂରକ୍ଷଣ ସର୍ବାଧିକ ୫୦ପ୍ରତିଶତ ଯାଏ ହେବ। ୫୦ ପ୍ରତିଶତ ଭିତରେ ଆସନ ସଂରକ୍ଷଣକୁ ଦୃଷ୍ଟିରେ ରଖି ପଛୁଆବର୍ଗଙ୍କ ପାଇଁ ସର୍ବାଧିକ ୨୭ ପ୍ରତିଶତ ଯାଏ ସଂରକ୍ଷଣ ପଦ୍ଧତି ଆପଣାଇବେ ସରକାର।
ସେହିପରି ରାଜ୍ୟର ମହାନଗର ନିଗମରେ ମଧ୍ୟ ଉପରୋକ୍ତ ସଂଶୋଧିତ ବ୍ୟବସ୍ଥା ଲାଗୁ ହେବ। ପଛୁଆବର୍ଗଙ୍କୁ ୨୭ ପ୍ରତିଶତ ପର୍ଯ୍ୟନ୍ତ ସଂରକ୍ଷଣ ମିଳିବ। ମାତ୍ର କୌଣସି ପରିସ୍ଥିତିରେ ସଂରକ୍ଷଣ ସୀମା ୫୦ପ୍ରତିଶତ ଟପିବ ନାହିଁ ବୋଲି ଶ୍ରୀ ଜେନା କହିଛନ୍ତି।

Comments are closed.