ମୁଣ୍ଡୁଳିସ୍ଥିତ ଏନଡ଼ିଆରଏଫର ଜଣେ ଯବାନ କରୋନା ଆକ୍ରାନ୍ତ

ସମାଜ ପୋର୍ଟାଲ ଡେସ୍କ: କଟକ ମୁଣ୍ଡୁଳିସ୍ଥିତ ଜାତୀୟ ବିପର୍ଯୟ ପ୍ରଶମନ ବାହିନୀ (ଏନଡ଼ିଆରଏଫ)ର ଜଣେ ଯବାନ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି। ୧୭୩ ଜଣ ଯବାନଙ୍କ ନମୁନା ପରୀକ୍ଷଣ ପରେ ମିଳିଥିବା ରିପୋର୍ଟରୁ ଜଣେ ଯବାନ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଛି। ଆକ୍ରାନ୍ତ ଯବାନଙ୍କୁ କଟକ ଅଶ୍ୱିନୀ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନ୍ୟ ଯବାନମାନଙ୍କୁ କ୍ୱାରେଣ୍ଟିନରେ ରଖାଯାଇଛି। ଆଜି ଅନ୍ୟ ଯବାନମାନଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯିବ ବୋଲି ଜଣାପଡିଛି।