ପ୍ଲାଷ୍ଟିକ ଇଞ୍ଜିନିୟରିଂରେ ଉଦ୍ୟୋଗ ପାଇଁ ସୁଯୋଗ ଭରି ରହିଛି

ନବରଙ୍ଗପୁର: ପ୍ଳାଷ୍ଟିକ୍ ଇଞ୍ଜିନିୟରିଂରେ କ୍ୟାରିୟରର ଯଥେଷ୍ଟ ସୁଯୋଗ ରହିଛି ବୋଲି ସିପେଟ ଭୁବନେଶ୍ୱରର ଡିନ୍ ଡ଼ଃ ଅଶ୍ମିନ୍ ମହାପାତ୍ର ମତବ୍ୟକ୍ତ କରିଛନ୍ତି। ‘ମୁଁ ବି ସମର୍ଥ’‌ ର ୨୦ତମ ଭାଗରେ ଯୋଗ ଦେଇ ଶ୍ରୀ ମହାପାତ୍ର ଆହୁରି ମଧ୍ୟ କହିଛନ୍ତି ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ବହୁତ ଆଦର ବଢିଥିବାରୁ ପ୍ଳାଷ୍ଟିକ୍ ବ୍ୟବହାର ଦ୍ରୁତ ଗତିରେ ବଢ଼ିଚାଲିଛି ତେଣୁ ବିଦ୍ୟାର୍ଥୀଙ୍କ ପାଇଁ ବୃତ୍ତି ଦିଗରେ ଅନେକ ସୁଯୋଗ ରହିଛି ବୋଲି ସେ କହିଛନ୍ତି । ସିପେଟର ଭାଇସ୍ ପ୍ରିନ୍ସିପାଲ୍ ଡ଼ଃ ସ୍ନେହଲତା ବେହୁରା ଯୋଗ ଦେଇ ବିଦ୍ୟାର୍ଥୀଙ୍କ ପାଇଁ ବିଭିନ୍ନ ପାଠ୍ୟକ୍ରମ ଚାଲୁରହିଛି । ଯୁକ୍ତ ଦୁଇଠାରୁ ପିଏଚଡି ପର୍ୟ୍ୟନ୍ତ ଶିକ୍ଷା ବ୍ୟବସ୍ଥା ସିପେଟରେ ରହିଛି । ଶିକ୍ଷା ଛଡ଼ା ଉଦ୍ୟୋଗ ପ୍ରତିଷ୍ଠା ଦିଗରେ ସିପେଟ୍ ବିଦ୍ୟାର୍ଥୀକୁ ଅନେକ ସହଯୋଗ କରିଥାଏ ବୋଲି ଡ଼ଃ ବେହୁରା ମତବ୍ୟକ୍ତ କରିଛନ୍ତି ।ସିପେଟ୍ ର ବୈଷୟିକ ଅଧିକାରୀ ଡ଼ଃ ରାଧେଶ୍ୟାମ ଗିରି ଯୋଗ ଦେଇ ପ୍ଳାଷ୍ଟିକ୍ ଇଞ୍ଜିନିୟରିଂରେ ବିଦ୍ୟାର୍ଥୀଙ୍କ ପାଇଁ ବିଭିନ୍ନ ଶିଳ୍ପ ଛଡ଼ା କୃଷି, ସ୍ବାସ୍ଥ୍ୟ ଓ ଅନେକ ଉଦ୍ୟୋଗ ପ୍ରତିଷ୍ଠା କରିବା ଦିଗରେ ସିପେଟରେ ଅନେକ ଶିକ୍ଷା ସହ ବୈଷୟିକ ତାଲିମର ବ୍ୟବସ୍ଥା ରହିଛି । ତେଣୁ ବିଦ୍ୟାର୍ଥୀଙ୍କୁ ପ୍ଳାଷ୍ଟିକ୍ ଇଞ୍ଜିନିୟରିଂ ଅନେକ ସୁଯୋଗ ଆଣି ଦେବ ବୋଲି ସେ ମତ ପ୍ରକାଶ କରିଛନ୍ତି। ଏହି କାର୍ୟ୍ୟକ୍ରମର ସଂଯୋଜକ ତଥା ଉପସ୍ଥାପକ ଲକ୍ଷ୍ମୀ ନାରାୟଣ ବକ୍ସି ଯୋଗ ଦେଇ ସମାଜର ଚାହିଦାକୁ ନେଇ ପ୍ଳାଷ୍ଟିକର ବ୍ୟବହାର ସାଙ୍ଗକୁ ପରିବେଶ ଅନୁକୂଳ ଜ୍ଞାନ କୌଶଳ ଦ୍ବାରା ବିଦ୍ୟାର୍ଥୀକୁ ଅନେକ ସୁଯୋଗ ରହିଛି ବୋଲି ସେ କହିଛନ୍ତି। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଛାତ୍ର ଓ ଛାତ୍ରୀ ଯୋଗଦେଇ ସେମାନଙ୍କ କ୍ୟାରିୟର ସମ୍ବନ୍ଧୀୟ ପ୍ରଶ୍ନ ବିଶେଷଜ୍ଞଙ୍କଠାରୁ ପଚାରି ବୁଝିଥିଲେ ।

Comments
Loading...