ଗ୍ରୁପ-ଏ କ୍ରିକେଟରେ ଇତିହାସ ରଚିଲେ ମୁମ୍ବଇର ଏହି ଯୁବ କ୍ରିକେଟର

ବେଙ୍ଗାଲୁରୁ: ମୁମ୍ବଇର ଯୁବ କ୍ରିକେଟର ଯଶସ୍ୱୀ ଜୈସୱାଲ୍ ବୁଧବାର ବେଙ୍ଗାଲୁରୁରେ ଚାଲିଥିବା ପ୍ରତିଷ୍ଠିତ ବିଜୟ ହଜାରେ ଟ୍ରଫି (୫୦ ଓଭର ଫର୍ମାଟ)ରେ ଦ୍ବିଶତକ ହାସଲ କରି ଇତିହାସ ରଚିଛନ୍ତି। ଏଥିସହ ସେ ଏକାଧିକ କୀର୍ତ୍ତିମାନ ନିଜ ନାମରେ କରିଛନ୍ତି। ବେଙ୍ଗାଲୁରୁରେ ଝାରଖଣ୍ଡ ବିପକ୍ଷରେ ଖେଳାଯାଇଥିବା ଏହି ଗ୍ରୁପ-ଏ ମ୍ୟାଚରେ ଯଶସ୍ୱୀ ୧୫୪ବଲ ଖେଳି ୧୭ଟି ଚୌକା ଓ ୧୨ଟି ଛକା ସହାୟତାରେ ୨୦୩ରନ୍ କରିଛନ୍ତି। ଏଥିରେ ସେ କେବଳ ବାଉଣ୍ଡ୍ରି ସହାୟତାରେ ୧୪୦ ରନ୍ କରିଛନ୍ତି। ଯାହାଦ୍ବାରା ଗ୍ରୁପ-ଏରେ ଯୁବ କ୍ରିକେଟର ଭାବେ ସେ ପ୍ରଥମ ବ୍ୟକ୍ତି ହୋଇଛନ୍ତି। ତାଙ୍କର ବୟସ ମାତ୍ର ୧୭ବର୍ଷ।

pic courtesy-Mid-Day

ଯଶସ୍ୱୀ ୨୦୦୧ମସିହା ଡିସେମ୍ବର ୨୮ତାରିଖରେ ମୁମ୍ବଇରେ ଜନ୍ମ ଗ୍ରହଣ କରିଥିଲେ। ସେ ଏପର୍ଯ୍ୟନ୍ତ ୫ଟି ଲିଷ୍ଟ-ଏ ଇନିଂସରେ ୫୦୪ (୪୪, ୧୧୩, ୨୨, ୧୨୨, ୨୦୩) ରନ୍ କରିଛନ୍ତି। ପ୍ରାରମ୍ଭିକ ୫ ଲିଷ୍ଟ-ଏ ଇନିଂସରେ ସର୍ବାଧିକ ରନ୍ ମାମଲାରେ ଏହା ବିଶ୍ୱ ରେକର୍ଡ। ଏହା ପୂର୍ବରୁ ଏହି ରେକର୍ଡ ଦକ୍ଷିଣ ଆଫ୍ରିକାର ଗ୍ରେମ୍ ପୋଲକଙ୍କ ନାଁରେ ଥିଲା, ଯିଏ ନିଜର ପ୍ରଥମ ୫ ଇନିଂସରେ ୪୯୩ ରନ୍ କରିଥିଲେ।

Comments are closed.