ମୁମ୍ବଇ ସରକାରୀ ସ୍କୁଲରେ ଆଇରନ ବଟିକା ଖାଇ ୨ ଶିଶୁ ମୃତ, ୧୦୦ ଅସୁସ୍ଥ

0

ମୁମ୍ବଇ : ମୁମ୍ବଇ ଗୋବନ୍ଦୀର ଏକ ସରକାରୀ ସ୍କୁଲରେ ଶୁକ୍ରବାର ଆଇରନ ବଟିକା ଖାଇ ଦୁଇ ଶିଶୁଙ୍କ ମୃତ୍ୟୁ ଘଟିଛି ଓ ୧୦୦ରୁ ଊର୍ଦ୍ଧ୍ବ ଅସୁସ୍ଥ ହୋଇପଡିଛନ୍ତି। ଅନେକ ଶିଶୁଙ୍କ ଅବସ୍ଥା ଗୁରୁତର ଥିବାରୁ ଆଗକୁ ମୃତକଙ୍କ ସଂଖ୍ୟା ବଢିବାର ଆଶଙ୍କା ରହିଛି। ହସ୍ପିଟାଲ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଅସୁସ୍ଥ ଶିଶୁଙ୍କ ମଧ୍ୟରେ ୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସବୁ ଶିଶୁଙ୍କ ବୟସ ୮ଟୁ ୧୦ ବର୍ଷ ମଧ୍ୟରେ। ସ୍କୁଲରେ ମଧ୍ୟାହ୍ନ ଭୋଜନ ପରେ ଛାତ୍ରଛାତ୍ରୀଙ୍କୁ ଆଇରନ ବଟିକା ଖାଇବାକୁ ଦିଆଯାଇଥିଲା। ବଟିକା ଖାଇବାର କିଛି ସମୟ ପରେ ଛାତ୍ରଛାତ୍ରୀମାନେ ବାନ୍ତି କରିବା ସହ ପେଟରେ ଯନ୍ତ୍ରଣା ହେଉଥିବା କହିଥିଲେ। ଏହାପରେ ସବୁ ପିଲାଙ୍କୁ ମୁମ୍ବଇ ରାଜୱାଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଜଣେ ଛାତ୍ର ଓ ଜଣେ ଛାତ୍ରୀକୁ ମୃତ ଘୋଷଣା କରିଥିଲେ। ୧୦୦ରୁ ଊର୍ଦ୍ଧ୍ବ ଶିଶୁ ଚିକିତ୍ସାଧୀନ ଅଛନ୍ତି। ଖବର ପାଇ ସ୍ଥାନୀୟ ପ୍ରଶାସନ ହସ୍ପିଟାଲରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଛି। ଘଟଣାର ତଦନ୍ତ ନିର୍ଦେଶ ଦିଆଯାଇଛି।

Leave A Reply