ମୁମ୍ବଇ ରାସ୍ତା ଗୋପବନ୍ଧୁଙ୍କ ନାମରେ ନାମିତ

ମୁମ୍ବଇ: ଓଡ଼ିଶାର ମହାନ ସ୍ବାଧୀନତା ସଂଗ୍ରାମୀ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ନାମ ଅନୁସାରେ ମୁମ୍ବଇର ମୁଲୁନ୍ଦ(ପଶ୍ଚିମ)ସ୍ଥିତ ମେହୁଲ ସର୍କଲ ଅନ୍ତର୍ଗତ ଜବାହାରଲାଲ ନେହେରୁ ରୋଡ ଠାରୁ ଅଶୋକ ନଗର ପର୍ଯ୍ୟନ୍ତ ରାସ୍ତାକୁ ‘ସ୍ବତନ୍ତ୍ର ସେନାନୀ ଉତ୍କଳମଣି ଗୋପବନ୍ଧୁ ଦାସ ରୋଡ’ ଭାବେ ନାମିତ କରାଯାଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମବାର୍ଷିକୀ ଅବସରରେ ସ୍ଥାନୀୟ ନେତା ମନୋଜ କୋଟାକ ଏବଂ ଶ୍ରୀ ପ୍ରକାଶ ଗଙ୍ଗାଧର ଏହି ରାସ୍ତାକୁ ଉଦ୍‌ଘାଟନ କରିଛନ୍ତି। ମୁମ୍ବଇ ବିଜେପିର ଓଡ଼ିଆ ସେଲ ଏହି ରାସ୍ତାଟିକୁ ଗୋପବନ୍ଧୁଙ୍କ ନାମରେ ନାମିତ କରିବା ଲାଗି ବ୍ରିହାନମୁମ୍ବଇ ପୌରନିଗମ (ବିଏମସି)କୁ ନିବେଦନ କରିଥିଲେ।

Comments are closed.