ମୁମ୍ବଇରେ ବର୍ଷାର ତାଣ୍ଡବ ; କାନ୍ଥ ଭୁଷୁଡି ୧୪ ମୃତ

ମୁମ୍ବଇ : ମହାରାଷ୍ଟ୍ରର ରାଜଧାନୀ ମୁମ୍ବଇରେ ଶନିବାର ରାତିରୁ ହେଉଥିବା ବର୍ଷା ରବିବାର ଯାଏଁ ଜାରି ରହିଛି। ଫଳରେ ବର୍ଷାର ତାଣ୍ଡବ ଦେଖିବାକୁ ମିଳିଛି। ପ୍ରବଳ ବର୍ଷା କାରଣରୁ ଚେମ୍ବୁର ଅଞ୍ଚଳରେ କାନ୍ଥ ଭୁଷୁଡି ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବିଖେରୋଲି ଅଞ୍ଚଳରେ କାନ୍ଥ ଭୁଷୁଡି ୩ ଜଣଙ୍କ ମୃତ୍ୟୁ ଘଟିଛି। କାନ୍ଥ ତଳେ ଦବି ହୋଇ ରହିବା ଫଳରେ ଉକ୍ତ ମୃତ୍ୟୁ ହୋଇଛି। ଖବର ପାଇ ପୁଲିସ ଓ ଏନଡିଆରଏଫ ଦଳ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ରାସ୍ତାରେ ଜଳ ପ୍ରବାହ ଜାରି ରହିଛି। ଏହାସହ ରେଳ ଧାରଣାରେ ଜଳ ଜମିବା ଅନେକ ସ୍ଥାନୀୟ ରେଳ ମଧ୍ୟ ବାତିଲ କରାଯାଇଛି। ଅନେକ ଅଞ୍ଚଳରେ ଲୋକଙ୍କ ଘରେ ଜଳ ପ୍ରବଶେ କରିବା ଫଳରେ ଲୋକେ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ସଡକ ,ବଜାର, ରେଳ ଧାରଣାରେ ଜଳ ଜମିବା ଫଳରେ ଗମନାଗମନ ଠପ ହୋଇଯାଇଛି।

 

Comments are closed.