ମୁମ୍ବଇ ତୈଳ ବିଶୋଧନାଗାରରେ ଅଗ୍ନିକାଣ୍ଡ ଘଟି ୪୩ ଆହତ

0

ମୁମ୍ବଇ : ମହାରାଷ୍ଟ୍ରର ମୁମ୍ବଇ ତୈଳ ବିଶୋଧନାଗାରରେ ବୁଧବାର ଅପରାହ୍ଣରେ ବଡ଼ଧରଣର ଅଗ୍ନିକାଣ୍ଡ ଘଟି ୪୩ ଜଣ ଶ୍ରମିକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଜଣେ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି। ଅପରାହ୍ଣ ୩ଟାରେ ବିଶୋଧନାଗାରରେ ଏକାଧିକ ବିସ୍ଫୋରଣ ଶବ୍ଦ ଶୁଣିବାକୁ ମିଳିଥିଲା। ପରେପରେ ସେଠାରେ ନିଆଁ ଲାଗି ଯାଇଥିଲା। ଚାହୁଁ ଚାହୁଁ ନିଆଁ ଚାରିଆଡେ ବ୍ୟାପିଯାଇଥିଲା ବୋଲି ଅଗ୍ନିଶମ ବିଭାଗ ଅଧିକାରୀ ସୂଚନା ଦେଇଛନ୍ତି। ଚେମ୍ବୁର ଅଞ୍ଚଳ ଅନ୍ତର୍ଗତ ମାହୁଲ ରୋଡ୍‍ସ୍ଥିତ ଏହି ବିଶୋଧନାଗାରରେ ୭ଟି ଅଗ୍ନି ନିର୍ବାପକ ଯନ୍ତ୍ର ଏବଂ ୨ଟି ଧୂଆଁ ନିୟନ୍ତ୍ରଣକାରୀ ଯନ୍ତ୍ର ଦ୍ୱାରା ନିଆଁ ଲିଭା ଉଦ୍ୟମ ଜାରି ରହିଛି। ହାଇଡ୍ରୋକ୍ରାକର୍‍ କାରଖାନାଗୁଡିକରେ ଅଗ୍ନିକାଣ୍ଡ ସ୍ୱାଭାବିକ ବୋଲି ମୁମ୍ବଇର ମୁଖ୍ୟ ଅଗ୍ନିଶମ ଅଧିକାରୀ ପି. ଏସ୍‍. ରାହାଙ୍ଗଦଲେ କହିଛନ୍ତି।

Leave A Reply