ଗୋପବନ୍ଧୁ ବିଜ୍ଞାନ କଲେଜରେ ରେଡକ୍ରସ ଦିବସ

ଆଠଗଡ: ଗୋପବନ୍ଧୁ ବିଜ୍ଞାନ କଲେଜରେ ବିଶ୍ୱ ରେଡକ୍ରସ ଦିିବସ ପରାମର୍ଶଦାତ୍ରୀ ଅଧ୍ୟାପିକା ଡ. ଗାୟତ୍ରୀ ତ୍ରିପାଠୀଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ କଲେଜର ଅଧ୍ୟକ୍ଷ ଲୋକନାଥ ସାହୁୁ ମୁଖ୍ୟଅତିଥି ଏବଂ ବରିଷ୍ଠ ଅଧ୍ୟାପକ ଗୌତମ ବୁଦ୍ଧ ସୀତାରାମ ସମ୍ମାନିତ ଅତିଥି ଭାବେ ଯୋଗଦେଇ ରେଡକ୍ରସର ପ୍ରତିଷ୍ଠାତା ହେନେରୀ ଡୁନାଣ୍ଟଙ୍କ ଜୀବନୀ ଓ ତାଙ୍କର ସେବା ମନୋଭାବ ସଂପର୍କରେ ଆଲୋକପାତ କରିଥିଲେ ଏବଂ ଛାତ୍ରଛାତ୍ରୀ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ପରାମର୍ଶ ଦେଇଥିଲେ। ରେଡକ୍ରସ ପରାମର୍ଶଦାତ୍ରୀ ଡ. ତ୍ରିପାଠୀ ନିଃସ୍ୱାର୍ଥପର ସେବାରେ ପ୍ରକୃତ ଆନନ୍ଦ ମିଳିଥାଏ ବୋଲି କହିବା ସହ ରେଡକ୍ରସର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ବୁଝାଇଥିଲେ।

ଆଗାମୀ ଗ୍ରୀଷ୍ମ ଅବକାଶ ସମୟରେ ରେଡକ୍ରସ ସ୍ୱେଚ୍ଛାସେବୀଙ୍କୁ ତାଲିମ ଓ ପ୍ରଶିକ୍ଷଣ ଦିଆଯିବ ବୋଲି ସେ ସୂଚନା ଦେଇଥିଲେ। ସ୍ୱେଚ୍ଛାସେବୀ ଛାତ୍ର ଆକାଶ କୁମାର ପଟ୍ଟନାୟକ, ପଦ୍ମନାଭ ବେହେରା, ଛାତ୍ରୀ ସଞ୍ଜନା ତ୍ରିପାଠୀ ଓ ମଧୁମିତା ପଣ୍ଡା ରେଡକ୍ରସ ପ୍ରତିଷ୍ଠାତାଙ୍କ ତ୍ୟାଗପୁତ ଜୀବନାଦର୍ଶ ଓ ସେବା ମନୋଭାବ ସଂପର୍କରେ ନିଜର ଅଭିମତ ରଖିଥିଲେ। ପ୍ରାରମ୍ଭରେ ସମସ୍ତ ଅତିଥି ଓ ସ୍ୱେଚ୍ଛାସେବୀ ହେନେରୀ ଡୁନାଣ୍ଟଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାସୁମନ ଜଣାଇଥିଲେ। ଶେଷରେ ସ୍ୱେଚ୍ଛାସେବୀ ଛାତ୍ରୀ ଲୈଲା ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.