ଜିରୋ ନାଇଟରେ ଝୁମିବନି ମାୟାନଗରୀ

ନୂଆଦିଲ୍ଲୀ: ଦେଶରେ ବଢ଼ୁଛି ଓମିକ୍ରନ ସଂକ୍ରମଣ । ସଂକ୍ରମଣକୁ ଦୃଷ୍ଟିରେ ରଖି ମୁମ୍ବାଇରେ କରୋନା କଟକଣା ନିୟମକୁ ଆହୁରି କଡ଼ାକଡ଼ି କରାଯାଇଛି । ନୂଆ ବର୍ଷରେ ମୁମ୍ବାଇରେ ପାର୍ଟି କିମ୍ବା କୌଣସି ଉତ୍ସବକୁ ଅନୁମତି ଦିଆଯାଇନାହିଁ । ଖୋଲାସ୍ଥାନ କି କୌଣସି ଆବଦ୍ଧ ସ୍ଥାନରେ ଉତ୍ସବ ହୋଇପାରିବ ନାହିଁ ବୋଲି କୁହାଯାଇଛି । ଏହି ନିୟମ ଆଜିଠାରୁ ପରବିର୍ତ୍ତୀ ନିର୍ଦ୍ଦେଶ ଯାଏ ବଳବତ୍ତର ରହିବ । ଯେଉଁ ବ୍ୟକ୍ତି ନିୟମ ଉଲ୍ଲଂଘନ କରିବେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ।

Comments are closed.