ମୁମ୍ବଇ ମଡେଲଙ୍କୁ ହତ୍ୟା କଲା ହାଇଦରାବାଦ ଛାତ୍ର

0

ମୁମ୍ବଇ : ପଶ୍ଚିମ ମୁମ୍ବଇର ତଳି ଅଞ୍ଚଳ ମାଲାଡ଼ସ୍ଥିତ ଏକ ପରିତ୍ୟକ୍ତ ସ୍ଥାନରୁ ବାକ୍ସରେ ରଖାଯାଇଥିବା ଜଣେ ଉଦୀୟମାନ ମଡେଲ ୨୦ବର୍ଷିୟା ମାନସୀ ଦୀକ୍ଷିତଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସୋମବାର ମାନସୀ ହାଇଦରାବାଦରୁ ଆସିଥିବା ଜଣେ ଛାତ୍ର ବନ୍ଧୁ ମୁଜାମ୍ମିଲ ସଇଦକୁ ଭେଟିବା ପାଇଁ ଅନେ୍ଧରୀସ୍ଥିତ ତାର ଜଣେ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ। ସେଠାରେ ମୁଜାମ୍ମିଲଙ୍କ ସହିତ ତାଙ୍କର କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା। ମୁଜାମ୍ମିଲ ତାଙ୍କୁ ପିଟିପିଟି ମାରିଦେବା ସହ ମୃତଦେହକୁ ବାକ୍ସରେ ରଖି ଭଡ଼ା କାର୍‍ ଯୋଗେ ସମ୍ପୃକ୍ତ ପରିତ୍ୟକ୍ତ ସ୍ଥାନରେ ଫିଙ୍ଗି ଦେଇଆସିଥିବା ପୁଲିସ ତଦନ୍ତରୁ ଜଣାପଡ଼ିଛି। ସମ୍ପୃକ୍ତ କାର୍‍ଚାଳକଠାରୁ ଖବର ପାଇ ପୁଲିସ ମୁଜାମ୍ମିଲକୁ ଗିରଫ କରିଛି। ବାକ୍ସ ଫିଙ୍ଗିଲାବେଳେ ମୁଜାମ୍ମିଲର ହାବଭାବରେ ସନ୍ଦେହ କରି କାରଚାଳକ ପୁଲିସକୁ ଖବର ଦେଇଥିଲା। ସୂଚନାନୁଯାୟୀ, ମାନସୀଙ୍କ ଘର ରାଜସ୍ଥାନରେ ଓ ଇଣ୍ଟରନେଟ୍‍ ଯୋଗେ ମୁଜାମ୍ମିଲଙ୍କ ସହ ତାଙ୍କର ସମ୍ପର୍କ ସ୍ଥାପନ ହୋଇଥିଲା। ସେ ଏଠାରେ ଅନ୍ୟ ଜଣଙ୍କ ସହ ମିଶି ଏକ ଇଭେଣ୍ଟ ମ୍ୟାନେଜମେଣ୍ଟ ସଂସ୍ଥା ଚଳାଇଥିଲେ।

Leave A Reply