ସୀନା ବୋରା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ଜାମିନ ଆବେଦନ ଖାରଜ

ମୁମ୍ବଇ : ହାଇପ୍ରୋଫାଇଲ୍ ସୀନା ବୋରା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ଜାମିନ ଆବେଦନ ଶୁକ୍ରବାର ମୁମ୍ବଇର ଏକ ବିଶେଷ ଅଦାଲତ ଖାରଜ କରିଦେଇଛନ୍ତି। ଇନ୍ଦ୍ରାଣୀ ୬ମାସ ପୂର୍ବେ ସ୍ବାସ୍ଥ୍ୟଜନିତ ସମସ୍ୟ ପାଇଁ ଅଦାଲତରେ ଜାମିନ ଆବେଦନ କରିଥିଲେ। ଯାହାକୁ ଶୁକ୍ରବାର ଅଦାଲତ ଖାରଜ କରିଛନ୍ତି। ଏହି ମାମଲାରେ ଜାମିନ ପାଇଁ ଏଇଥରକୁ ମିଶାଇ ୪ଥର ଇନ୍ଦ୍ରାଣୀଙ୍କ ଜାମିନ ଆବେଦନ ଖାରଜ ହୋଇଛି।
ଉଲ୍ଲେଖ ଯୋଗ୍ୟ, ୨୦୧୨ ଏପ୍ରିଲ ୨୪ରେ ଇନ୍ଦ୍ରାଣୀ ତାଙ୍କ କନ୍ୟା ସୀନା ବୋରାକୁ ସମ୍ପତ୍ତି ଜନିତ ବିବାଦ ହେତୁ ହତ୍ୟା କରିବା ଅଭିଯୋଗରେ ଗିରଫ କରାଯାଇଥିଲା। ଏହାପରେ ଇନ୍ଦ୍ରାଣୀଙ୍କ ସ୍ୱାମୀ ପିଟର ମୁଖାର୍ଜୀଙ୍କୁ ମଧ୍ୟ ୨୦୧୫ ନଭେମ୍ବରରେ ଗିରଫ କରାଯାଇଥିଲା।

Comments are closed.