ସୋହରାବୁଦ୍ଦିନ୍‍ ମାମଲାରେ ସମସ୍ତ ଅଭିଯୁକ୍ତ ନିର୍ଦ୍ଦୋଶ

0

ନୂଆଦିଲ୍ଲୀ: କୁଖ୍ୟାତ ଅପରାଧୀ ସୋହରାବୁଦ୍ଦିନ୍‍ ଶେଖଙ୍କୁ ୨୦୦୫ରେ ମିଥ୍ୟା ଏନକାଉଣ୍ଟରରେ ହତ୍ୟା କରିବା ଅଭିଯୋଗରେ ୨୨ଜଣ ଅଭିଯୁକ୍ତଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଶରେ ଖଲାସ କରିଛି ମୁମ୍ବଇ କୋର୍ଟ। କୋର୍ଟ ପକ୍ଷରୁ ଏଭଳି ନିର୍ଦେଶ ଜାରି କରିବା ପୂର୍ବରୁ ସମସ୍ତ ସାକ୍ଷ୍ୟ ଓ ପ୍ରମାଣକୁ ଭିତ୍ତି କରି ଅଭିଯୁକ୍ତଙ୍କ ନାମରେ କରାଯାଇ ଥିବା ସମସ୍ତ ଅଭିଯୋଗ ପ୍ରମାଣିତ ହୋଇ ପରି ନଥିବାରୁ କୋର୍ଟ ଏଭଳି ନିର୍ଦେଶ ଦେଇଛି।
୨୦୦୫ରେ ସୋହରାବୁଦ୍ଦିନ୍‍ ଓ ତାଙ୍କ ସହଯୋଗୀ ତୁଲସୀରାମ ପ୍ରଜାପତୀଙ୍କୁ ମିଥ୍ୟା ଏନକାଉଣ୍ଟରରେ ହତ୍ୟା କରାଯାଇଛି କି ନାହିଁ ଏହାକୁ ନେଇ କୋର୍ଟରେ ଦୀର୍ଘ ଶୁଣାଣି ଚାଲିଥିଲା। ଏହି ମାମଲାର ଚୂଡ଼ାନ୍ତ ରାୟ ଶୁକ୍ରବାର ପ୍ରକାଶ ପାଇଛି। ଏହି ଘଟଣା ପ୍ରଚ୍ଛଦରେ କୌଣସି ଚକ୍ରାନ୍ତ ସମ୍ପର୍କରେ କୋର୍ଟରେ ପ୍ରମାଣ କରାଯାଇ ପରି ନାହିଁ। ଘଟଣାରେ ରାଜସ୍ଥାନ, ଗୁଜରାଟ ଓ ଅନ୍ୟାନ୍ୟ ଅଞ୍ଚଳର ୨୨ଜଣ ସରକାରୀ ଅଧିକାରୀଙ୍କୁ ପକ୍ଷଭୁକ୍ତ କରାଯାଇ ଥିଲା। ଘଟଣାର ତଦନ୍ତ କରୁଥିବା ସିବିଆଇ ମାମଲାରେ ରାଜନୈତିକ ଓ ଅର୍ଥନୈତିକ ଫାଇଦା ପାଇଁ ଏଭଳି ମିଥ୍ୟା ଏନକାଉଣ୍ଟର କରାଯାଇ ଥିଲା ବୋଲି ଅଭିଯୋଗ ଫର୍ଦ ଦାଖଲ କରାଯାଇ ଥିଲା। ପ୍ରଥମ ଅଭିଯୁକ୍ତ ତାଲିକାରେ ବିଜେପି ଅଧ୍ୟକ୍ଷ ଅମୀତ ଶାହଙ୍କ ସମେତ ୩୮ଜଣଙ୍କ ନାମରେ ଅଭିଯୋଗ ଫର୍ଦ ଦାଖଲ କରାଯାଇ ଥିଲା। ଏହି ମାମଲାରେ ସିବିଆଇ ପକ୍ଷରୁ ୯୨ଜଣଙ୍କୁ ସାକ୍ଷ୍ୟ ଭାବେ ଛିଡ଼ା କରାଯାଇ ଥିଲା।

Leave A Reply