ମୁମ୍ବାଇରେ ୨୩୦ ଡାକ୍ତରଙ୍କୁ କରୋନା

ମୁମ୍ବାଇ: ମୁମ୍ବାଇରେ କାୟା ମେଲାଉଛି କରୋନା । ମୁମ୍ବାଇରେ ଦୈନିକ ସଂକ୍ରମଣ ବଢ଼ୁଥିବା ବେଳେ ଡାକ୍ତର ମାନେ ମଧ୍ୟ କରୋନା ସଂକ୍ରମଣ ହେଉଛନ୍ତି । ମୁମ୍ବାଇର ବିଭିନ୍ନ ଡାକ୍ତରଖାନାରୁ ୨୩୦ଜଣ ଡାକ୍ତର କରୋନା ପଜିଟିଭ୍‍ ଚିହ୍ନଟ ହୋଇଛନ୍ତି । ଏନେଇ ମହାରାଷ୍ଟ୍ର ଆସୋସିଏସନ ଅଫ ରେସିଡେଣ୍ଟ ଡାକ୍ତର ଜେଜେ ହସ୍ପିଟାଲ ଚାପଟର ସଭାପତି ଗଣେଷ ସୋଲାଙ୍କେ ସୂଚନା ଦେଇଛନ୍ତି । ସେ କହିଛନ୍ତି କି, ମୁମ୍ବାଇରେ ଥିବା ସରକାରୀ ହସ୍ପିଟାଲ ଗୁଡ଼ିକରେ ୭୩ ଜଣ ଡାକ୍ତର କରୋନା ସଂକ୍ରମଣ ହୋଇଛନ୍ତି । କିଙ୍ଗ ଏଡୱାର୍ଡ ମେମୋରିଆଲ ହସ୍ପିଟାଲର ୬୦ ଜଣ ରେସିଡେଣ୍ଟ ଡାକ୍ତର, ଲୋକମାନ୍ୟ ତିଲକ ମ୍ୟୁନିସିପାଲ ଜେନେରାଲ ହସ୍ପିଟାଲର ୮୦ ଜଣ, ଆରଏନ କୁପର ହସ୍ପିଟାଲର ୭ ଜଣ ଡାକ୍ତର କରୋନା ଆକ୍ରାନ୍ତ ହୋଇଛନ୍ତି । ଯାହାକୁ ମିଶାଇ କରୋନାରେ ଏଯାଏ କରୋନାରେ ୨୩୦ ଜଣ ଡାକ୍ତର ଆକ୍ରାନ୍ତ ହେଲେଣି ।

Comments are closed.