ମୁମ୍ବାଇରେ ଭୁଶୁଡ଼ିଲା ୪ ମହଲା କୋଠା; ଉଦ୍ଧାର କରୁଛି ଅଗ୍ନିଶମ ବାହିନୀ

ମୁମ୍ବାଇ: କୁର୍ଲା ନାସିକ ନଗରରେ ବଡ଼ ଧରଣର ଅଘଟଣ ଘଟିଛି । ଏକ ୪ ମହଲା କୋଠା ଭୁଶୁଡ଼ି ପଡ଼ିବା ଫଳରେ ଅନେକ ଲୋକ କୋଠାତଳେ ଫସି ରହିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳୁ ସକାଳୁ ଏହି ଦୁର୍ଘଟଣା ଘଟିଛି । କୋଠାଟିରେ ପାଖାପାଖି ପ୍ରାୟ ୩୫ ଜଣ ଲୋକ ରହିଥିଲେ । ହଠାତ୍‌ କୋଠାଟି ଭୁଶୁଡ଼ିପଡ଼ିଥିଲା । ଏନେଇ ଅଗ୍ନିଶମ ବାହିନୀ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଭୁଶୁଡ଼ିଥିବା କୋଠାତଳୁ ୮ଜଣଙ୍କୁ ସରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।

ଏବେ ବି ୨୦ରୁ ୨୫ ଜଣ କୋଠାତଳେ ଫସି ରହିଥିବା ଅନୁମାନ କରାଯାଉଛି । ସେମାନଙ୍କୁ ଉଦ୍ଧାର କରିବା ପାଇଁ ଦୁର୍ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ବାସିନ୍ଦା ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

Comments are closed.