ବୁଲେଟ୍‍ ଟ୍ରେନ୍‍ କରିଡର୍‍ ପାଇଁ ଜମି ଅଧିଗ୍ରହଣ ୨ ମାସ ମଧ୍ୟରେ ଶେଷ ହେବ : ରେଳମନ୍ତ୍ରୀ

0

ମୁମ୍ବଇ : ମୁମ୍ବାଇ-ଅହମ୍ମଦାବାଦ ବୁଲେଟ୍‍ ଟ୍ରେନ୍‍ କରିଡର୍‍ ପାଇଁ ଜମି ଅଧିଗ୍ରହଣ ଡିସେମ୍ବର ମାସ ସୁଦ୍ଧା ଶେଷ ହେବ ବୋଲି ରେଳମନ୍ତ୍ରୀ ପିୟୁଷ୍‍ ଗୋୟଲ୍‍ କହିଛନ୍ତି। ମୁମ୍ବଇରେ ଅର୍ଥଶାସ୍ତ୍ରୀ ସମ୍ମିଳନୀ-୨୦୧୮ରେ ଉଦ୍‍ବୋଧନ ଦେଇ ମନ୍ତ୍ରୀ ଶ୍ରୀ ଗୋୟଲ୍‍ ଏହା କହିଛନ୍ତି । ଜମି ସଂଗ୍ରହରେ ସାମାନ୍ୟ ବିଳମ୍ବ ଘଟିଥିବା ସତ୍ତ୍ବେ ଏହି ପ୍ରକଳ୍ପ ଧାର୍ଯ୍ୟ ସମୟ ସୀମା ପୂର୍ବରୁ ସମ୍ପୂର୍ଣ୍ଣ ହେବ ବୋଲି ମନ୍ତ୍ରୀ କହିଛନ୍ତି। ସମୁଦ୍ର ମଧ୍ୟଦେଇ ୨୭ କିଲୋମିଟର ସୁଡ଼ଙ୍ଗ ନିର୍ମାଣ ପାଇଁ ଯନ୍ତ୍ରପାତିର ଡିଜାଇନ୍‍ ଓ ସେସମ୍ବନ୍ଧୀୟ କାର୍ଯ୍ୟ ଠିକ୍‍ଭାବେ ଆଗେଇ ଚାଲିଛି। ସେହିପରି ହାଇସ୍ପିଡ୍‍ ଟ୍ରେନ୍‍ ଚଳାଚଳପାଇଁ ଆଉ ଅଧିକ ୫ଟି କରିଡର୍‍ ନିର୍ମାଣ କରାଯିବାକୁ ଯୋଜନା କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି। ଆଗ୍ରା-ବାରାଣସୀ, ଦିଲ୍ଲ-ଚଣ୍ଡୀଗଡ଼ ଓ ମୁମ୍ବାଇ-ବେଙ୍ଗାଲୁରୁ କରିଡର୍‍ ଉପରେ କାର୍ଯ୍ୟ ଚାଲିଛି ବୋଲି ଶ୍ରୀ ଗୋୟଲ୍‍ ମତ ବ୍ୟକ୍ତ କରିଛନ୍ତି।

Leave A Reply