ଟିଡିଏସ୍‌ ଦାଖଲରେ ବିଳମ୍ବ : ଚଳଚ୍ଚିତ୍ର ନିର୍ଦେଶକଙ୍କୁ ବ​ର୍ଷେ ଜେଲ୍‌ଦଣ୍ଡ

ମୁମ୍ବଇ : ଉତ୍ସରୁ ଟିକସ ବାଦ୍‌ (ଟିଡିଏସ୍‌) ଦାଖଲରେ ଘଟିଛି ବିଳମ୍ବ। ଏଥିପାଇଁ କରଦାତାଙ୍କ ଉପ​ରେ ଲାଗିଛି କ​ଠୋର ଦଣ୍ଡାଦେଶ। ଟିଡିଏସ୍‌ ଦାଖଲରେ ବିଳମ୍ବ କରିଥିବା ନେଇ ମୁମ୍ବଇର ଜନୈକ ଚଳଚ୍ଚିତ୍ର ନିର୍ଦେଶକଙ୍କ ଉପରେ ବାଲାର୍ଡ ପାଏର ମାଜିଷ୍ଟ୍ରେଟ୍‌ ​କୋର୍ଟ ୧ ବର୍ଷ ​ଜେଲ ଦଣ୍ଡ ଲଗାଇଛନ୍ତି। ପୂର୍ବରୁ ଏହିଭଳି ଭୂଲ ପାଇଁ ଦୋଷୀଙ୍କୁ ୬ ମାସ ଜେଲ ଦଣ୍ଡ ଦିଆଯାଇଥିବା ନଜିର ରହିଛି। ଫୁଟ୍ କ୍ୟାଣ୍ଡେଲ୍ସ ଫିଲ୍ମ ପ୍ରାଇଭେଟ୍‌ ଲିିମିଟେଡ୍‌ର ନୀରବ ଦମା ୨୫ ଲକ୍ଷ ଟଙ୍କାର ଟିଡିଏସ୍‌ ଦାଖଲ କରିବାରେ ବିଳମ୍ବ କରିଥିବା ନେଇ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଯଦିବା ୨୦୦୯-୧୦ରେ କମ୍ପାନୀ ଦ୍ବାରା ଏହି ଟିଡିଏସ୍‌ ବାବଦ ଅର୍ଥ କଟାଯାଇଥିଲା ତଥାପି ଏହାକୁ ଦାଖଲ କରିବାରେ ବିଳମ୍ବ ଘଟିଥିଲା।  କମ୍ପାନୀରେ ଅହେତୁକ କ୍ଷତି ଯୋଗୁ ଟିଡିଏସ୍‌

ବାବଦ ଅର୍ଥକୁ ଦାଖଲ କରିବା​ରେ ବିଳମ୍ବ ହୋଇଥିବା ନେଇ ଫୁଟ୍ କ୍ୟାଣ୍ଡେଲ୍ସ ଫିଲ୍ମ ପ୍ରାଇଭେଟ୍‌ ଲିିମିଟେଡ୍‌ କୋର୍ଟଙ୍କୁ ଜଣାଇଥିଲା। ତେ​ବେ କୋର୍ଟ କମ୍ପାନୀର ଏହି ଆବେଦନକୁ ଖାରଜ କରିଦେଇଥିଲେ। ​କୋର୍ଟଙ୍କ କହିବାନୁଯାୟୀ, ଟିଡିଏସ୍‌ ଅର୍ଥ ହେଉଛି ସରକାରୀ ଅର୍ଥ, ଏହାକୁ ବ୍ୟକ୍ତିଗତ କାର୍ଯ୍ୟରେ ବ୍ୟବହାର କରାଯାଇପାରିବ ନାହିଁ। ଏପରିକି ଯଦିବା କମ୍ପାନୀ ୨୦୦୮-୦୯ଠାରୁ କ୍ଷତିର ସମ୍ମୁଖୀନ ହେଉଛି ତାହାର ବ୍ୟବସାୟ ବନ୍ଦ ​‌େ​‌ହାଇନାହିଁ। ତେବେ କମ୍ପାନୀରେ ​ଦେଖାଦେଇଥିବା ଆର୍ଥିକ ସଙ୍କଟ କିମ୍ବା କ୍ଷତି ଟିଡିଏସ୍‌ ଦାଖଲରେ ବିଳମ୍ବ ପାଇଁ ପର୍ଯ୍ୟାପ୍ତ କାରଣ ନୁହେଁ​ବୋଲି ଅତିରିକ୍ତ ମୁଖ୍ୟ ମେଟ୍ରୋପଲିଟାନ ମାଜି​‌େଷ୍ଟ୍ରଟ୍‌ ଇରଫାନ୍‌ ରେହମନ୍‌ ଶେଖ୍‌ କହିଛନ୍ତି।

Comments are closed.