ମୁମ୍ବଇ ବାରରେ ଚଢଉ; ୬୧ ଜଣ ଗିରଫ, ୪ ଡ୍ୟାନ୍ସର ଉଦ୍ଧାର

0

ମୁମ୍ବଇ : ମୁମ୍ବଇ ବୋରୱଲି ଅଞ୍ଚଳରେ ପୁଲିସ୍‍ ଏକ ବାର ଉପରେ ଶନିବାର ରାତିରେ ଚଢଉ କରି ୬୧ ଜଣ ଲୋକଙ୍କୁ ଗିରଫ କରିଛି। ସେଠାରୁ ୪ ମହିଳା ଡ୍ୟାନ୍ସରଙ୍କୁ ଉଦ୍ଧାର କରାଯାଇଛି। ପୁଲିସର ଜଣେ ବରିଷ୍ଠ ଅଧିକାରୀ ରବିବାର ଏହି ସୂଚନା ଦେଇଛନ୍ତି।

ପୁଲିସ୍‍ ଅଧିକାରୀଙ୍କ କହିବା ଅନୁସାରେ ଚରୱାକ ବାରରେ କିଛି ଅଶ୍ଳୀଳ ଗତିବିଧି ଚାଲିଥିବା ବିଶେଷ ସୂତ୍ରରୁ ଖବର ମିଳିଥିଲା। ଶନିବାର ରାତି ପ୍ରାୟ ସାଢେ ୧୧ଟା ବେଳେ ବାର ଉପରେ ଚଢଉ କରାଯାଇଥିଲା। ସେଠାରୁ ୩୨ ଜଣ କର୍ମଚାରୀ ଏବଂ ୨୯ ଜଣ ଗ୍ରାହକଙ୍କୁ ଗିରଫ କରାଯାଇଥିଲାବେଳେ ୪ ଜଣ ଡ୍ୟାନ୍ସରଙ୍କୁ ଉଦ୍ଧାର କରାଯାଇଛି। କସ୍ତୁରବା ମାର୍ଗ ପୁଲିସ୍‍ ଥାନାର ବରିଷ୍ଠ ଅଧିକାରୀ ମାନଦେବ ଶିନ୍ଦେ କହିଛନ୍ତି ଯେ ଗିରଫ ୬୧ ଜଣଙ୍କୁ ଆଇପିସି ଧାରା ୨୯୪, ୧୧୪ ଏବଂ ୩୪ରେ କୋର୍ଟ ଚାଲଣ କରାଯାଇଛି।

Leave A Reply