ମୁମ୍ବାଇରେ ପୁଣି ଲାଗିଲା ୧୪୪ ଧାରା

ମୁମ୍ବାଇ: ମାୟାନଗରୀ ମୁମ୍ବାଇରେ ପୁଣି ଲାଗିଲା ୧୪୪ ଧାରା । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମୁମ୍ବାଇରେ ୧୪୪ ଧାରା ଲାଗୁ କରାଯାଇଛି । ଆଜିଠୁ ଆସନ୍ତା ୭ ତାରିଖ ଯାଏ ୧୪୪ ଧାରା ମୁମ୍ବାଇରେ ଲଗାଯାଇଛି । ଏହି ସମୟରେ ଲୋକ ମାନଙ୍କୁ ଏକତ୍ରିତ ହେବାକୁ ବାରଣ କରାଯାଉଛି ।

ଦେଶରେ ଓମିକ୍ରନ ସଂକ୍ରମଣ ବଢ଼ୁଥିବା ବେଳେ, ଏପରି ଏକ ପଦକ୍ଷେପ ନିଆଯାଇଛି । ମୁମ୍ବାଇରେ ନୂଆବର୍ଷ ଉତ୍ସବ ଉପରେ ମଧ୍ୟ କଟକଣା ଲଗାଯାଇଛି । ଖୋଲାସ୍ଥାନ କି ହୋଟେଲରେ ସେଲିବ୍ରେସନକୁ ବାରଣ କରାଯାଇଛି । ରେଷ୍ଟୁରାଣ୍ଟ, ବାର ଓ କ୍ଲବରେ ଲୋକମାନେ ଏକାଠି ହୋଇପାରିବେନି ବୋଲି କଡ଼ା ନିର୍ଦ୍ଦେଣ ଦିଆଯାଇଛି ।

Comments are closed.