କରୋନା ଡ଼ର: ମୁମ୍ବାଇରେ ୫୫ ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ପୁଲିସଙ୍କୁ ଛୁଟି

ରାଜ୍ୟରେ ୧୦୭ ପୁଲିସ କର୍ମଚାରୀ ସଂକ୍ରମିତ; ୩ ଦିନରେ ୩ ମୃତ

ମୁମ୍ବାଇ : କରୋନା ସଂକ୍ରମଣରେ ବୟସ୍କ ବ୍ୟକ୍ତିମାନେ ସଂକ୍ରମିତ ହେଉଥିବାରୁ ମୁମ୍ବାଇ ପୁଲିସ ନିଜ କର୍ମଚାରୀଙ୍କୁ ଏଥିରୁ ରକ୍ଷା କରିବା ପାଇଁ ପଦକ୍ଷେପ ନେଇଛି । ଅସୁସ୍ଥ ରହୁଥିବା ଓ ୫୫ ବର୍ଷରୁ ଅଧିକ ବୟସ୍କ ପୁଲିସ କର୍ମଚାରୀଙ୍କୁ ଛୁଟିରେ ଯିବାକୁ ମୁମ୍ବାଇ ପୁଲିସ କର୍ତୃପକ୍ଷ ନିର୍ଦେଶ ଦେଇଛନ୍ତି । ଗତ ତିନି ଦିନରେ ମୁମ୍ବାଇ ପୁଲିସର ୩ ଜଣ କର୍ମଚାରୀ କରୋନାରେ ପ୍ରାଣ ହରାଇବା ପରେ ପୁଲିସ ଏହି ପଦକ୍ଷେପ ଗ୍ରହଣ କରିଛି। ଏକ ସମୀକ୍ଷାରୁ ଜଣାପଡିଛି ଯେ ମୃତ ୩ ପୁଲିସ କର୍ମଚାରୀଙ୍କ ଚିକିତ୍ସିତ ହେଉଥିବା ୩ ପୁଲିସ କର୍ମଚାରୀଙ୍କ ବୟସ ୫୦ରୁ ଉର୍ଦ୍ଧ୍ବ। ବୟସ ଅଧିକ ହୋଇଥିବାରୁ ସେମାନଙ୍କୁ କରୋନା ସଂକ୍ରମଣ ଭୟ ରହିଛି। ବୟସ୍କ ପୁଲିସ କର୍ମଚାରୀଙ୍କ ସୁରକ୍ଷା ପାଇଁ ଏଭଳି ପଦକ୍ଷେପ ନିଆଯାଇଥିବା ବରିଷ୍ଠ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି। ମହାରାଷ୍ଟ୍ରରେ ଅଧିକାରୀଙ୍କ ସମେତ ୧୦୭ ଜଣ ପୁଲିସ କର୍ମଚାରୀ କରୋନା ସଂକ୍ରମିତ ହୋଇ ଚିକିତ୍ସିତ ହୋଇଛନ୍ତି। ସେଥିରୁ ଅଧିକାଂଶ ମୁମ୍ବାଇ ପୁଲିସ ବୋଲି ଅଧିକାରୀ ଜଣଙ୍କ କହିଛନ୍ତି। ଶନିବାର ୫୭ ବର୍ଷ ବୟସ୍କ ଓ ରବିବାର ୫୨ ବର୍ଷୀୟ କନେଷ୍ଟବଳ ମୃତ୍ୟୁବରଣ କରିଥିବା ସୂଚନା ଦିଆଯାଇଛି।

Comments are closed.