ରିଲିଜ୍‍ ହେଲା ହିନ୍ଦୀ ଚଳଚ୍ଚିତ୍ର ‘ମୁଲ୍କ’

0

ନୂଆଦିଲ୍ଲୀ : ସମାଜକୁ କିଛି ବାର୍ତ୍ତା ଦେବା ଲକ୍ଷ୍ୟରେ ଶୁକ୍ରବାର ମୁକ୍ତିଲାଭ କରିଛି ହିନ୍ଦୀ ଚଳଚ୍ଚିତ୍ର ‘ମୁଲ୍କ’। ‘ମୁଲ୍କ’ ହେଉଛି ବନାରସର ‘ମୁରାଦ ଅଲି’ ଏବଂ ତାଙ୍କ ପରିବାରର କାହାଣୀ। ‘ମୁରାଦ ଅଲି’ ଚରିତ୍ରରେ ନଜର ଆସିଛନ୍ତି ଋଷି କପୁର। ଯେଉଁଥିରେ ମୁରାଦ ଅଲିର ଭାଇ ବିଲାଲ ମହମ୍ମଦର ପୁଅ ଆତଙ୍କବାଦର ରାସ୍ତାରେ ପାଦଥାପୁଛି। କିନ୍ତୁ ମୁରାଦ ଏବଂ ତାଙ୍କ ପରିବାର ଏନେଇ କିଛି ଜାଣି ପାରୁନାହାନ୍ତିି। ଏହା ପରେ ମୁରାଦ ଅଲି ଏବଂ ତାଙ୍କ ପରିବାରକୁ ଲୋକ ମାନେ ଆତଙ୍କବାଦୀ ଭାବେ ସମ୍ବୋଧନ କରୁଛନ୍ତି। ପରେ ମୁରାଦ ଅଲି କିଭଳି ଭାବେ ସମାଜ ଆଗରେ ନିଜ ପରିବାରକୁ ନିର୍ଦ୍ଦୋଷ ସାବ୍ୟସ୍ତ କରୁଛନ୍ତି ତାହା ଉପରେ ଫିଲ୍ମର କାହାଣୀଟି ଗତିଶୀଳ ହୋଇଛି। ଅନୁଭବ ସିହ୍ନା ଏହି ଚଳଚ୍ଚିତ୍ରରେ ନିର୍ଦେଶନା ଦେଇଛନ୍ତି। ଫିଲ୍ମର ବିଭିନ୍ନ ଭୂମିକାରେ ଋଷି କପୁର, ତାପସୀ ପନ୍ନୁ, ଆଶୁତୋଷ ରାଣା, ନିନା ଗୁପ୍ତା, ମନୋଜ ପାହ୍ୱା, କୁମୁଦ ମିଶ୍ରା, ପ୍ରତୀକ ବବରଙ୍କ ଭଳି କଳାକାର ଅଭିନୟ କରିଛନ୍ତି।

Leave A Reply