ମୁଲାୟମ ସିଂ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ , ଚିକିତ୍ସା ପାଇଁ ଗାଜିଆବାଦର ଏକ ଡାକ୍ତରଖାନାରେ ଭର୍ତ୍ତି

ନୂଆଦିଲ୍ଲୀ . – ସମାଜବାଦୀ ପାର୍ଟିର ନେତା ମୁଲାୟମ ସିଂ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା ପୁଣିଥରେ ଖରାପ ହୋଇଯାଇଛି । ତାଙ୍କୁ ଚିକିତ୍ସାପାଇଁ ଗାଜିୟାବାଦର ଏକ ସୁପରସ୍ପେଶାଲିଟି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତାଙ୍କର ମୁତ୍ରାଶୟ ସମ୍ବନ୍ଧୀୟ ଯନ୍ତ୍ରଣା ଯୋଗୁଁ ଚିକିତ୍ସାପାଇଁ ଭର୍ତ୍ତି କରାଯାଇଛି ।

ମୁଲାୟମଙ୍କର ସ୍ୱାସ୍ଥ୍ୟାବସ୍ଥା ଗତ କିଛିଦିନ ଧରି ଖରାପ ଅଛି । ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଖରପା ଥିବାରୁ ନିର୍ଦ୍ଧାରିତ କ୍ରମରୁ ଆଗୁଆ ଶପଥ ଗ୍ରହଣ କରିଥିଲେ । ସେ ହ୍ୱିଲ୍‌ ଚେୟାରରେ ସସଂଦରେ ପହଞ୍ଚିଥିଲେ । ଅଖିଳେଶ ଯାଦବ ତାଙ୍କୁ ହ୍ୱିଲ୍‌ଚେୟାରରେ ସସଂଦକୁ ଆଣିଥିଲେ  ।  ଚଳିତ ଥର ଉତ୍ତରପ୍ରଦେଶର ମୈନପୁରୀର ଲୋକସଭା ଆସନରୁ ବିଜୟ ଲାଭ କରିଛନ୍ତି ।

ଜୁନ ମାସର ଆରମ୍ଭରେ ତାଙ୍କୁ  ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।  ଏଥର ତାଙ୍କୁ ଚାର୍ଟାଡ ବିମାନରେ ଲକ୍ଷ୍ମୌରୁ ଦିଲ୍ଲୀ ଅଣାଯାଇଥିଲା । ଏହାପରେ ଗୁରୁଗ୍ରାମରେ ଥିବା ଯଶୋଦା ସୁପରସ୍ପେଶାଲିଟି ହସପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣା ପଡିଛି ।

Comments are closed.