ମୁଲାୟମ ସିଂହଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର: ଲକ୍ଷ୍ନୌର ମେଦାନ୍ତ ଡ଼ାକ୍ତରଖାନାରେ ଭର୍ତି

ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବ ଗୁରୁତର ଅସୁସ୍ଥ ହୋଇ ପଡ଼ିଛନ୍ତି । ତାଙ୍କୁ ତୁରନ୍ତ ଲକ୍ଷ୍ନୌସ୍ଥିତ ମେଦାନ୍ତ ଡ଼ାକ୍ତରଖାନାରେ ଭର୍ତି କରାଯାଇଛି । ମେଦାନ୍ତ ପକ୍ଷରୁ କୁହାଯାଇଛି ମୁଲାୟମଙ୍କ ସ୍ବାସ୍ଥ୍ୟବସ୍ତା ଆପାତତଃ ଠିକ୍ ଅଛି, ତେବେ ଏକ ଡ଼ାକ୍ତର ଦଳ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରୁଛନ୍ତି । ​‌ସେ ବାସ୍ତବତଃ କେଉଁ ସ୍ବାସ୍ଥ୍ୟ ସମସ୍ୟା ଭୋଗୁଛନ୍ତି ତାହାକୁ ଅନୁଧ୍ୟାନ କରାଯାଉଛି । ସୂଚନାଯୋଗ୍ୟ ଯେ ମୁଲାୟମ ଗତ ମାସକ ତଳେ ଅସୁସ୍ଥ ହୋଇଥିଲେ ଓ ମେଦାନ୍ତରେ ଚିକିତ୍ସା ପରେ ସୁସ୍ଥ ହୋଇଥିଲେ ।

Comments are closed.