ଟିକ୍‌ଟକ୍‌ ପାଇଁ ସୁପ୍ରିମକୋର୍ଟରେ ଲଢ଼ିବାକୁ ମନାକଲେ ମୁକୁଲ ରୋହତଗୀ

ନୂଆଦିଲ୍ଲୀ: ବାସ୍ତବିକ ନିୟନ୍ତ୍ରଣ ରେଖା(ଏଲଏସି)ରେ ଚୀନର ଔଦ୍ଧତ୍ୟ ବିରୋଧରେ ଭାରତରେ ଲୋକଙ୍କ ମଧ୍ୟରେ ଆକ୍ରୋଶ ବଢ଼ିବାରେ ଲାଗିଛି। ଭାରତ ସରକାର ଗତ ସୋମବାର ଟିକ୍‌ଟକ୍‌ ସମେତ ୫୯ ଆପ୍‌ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଚୀନ କମ୍ପାନୀଗୁଡ଼ିକ ବିରୋଧରେ ଜନତା ଏବଂ ସରକାର ଏକପ୍ରକାର ଅଭିଯାନ ଆରମ୍ଭ କରିଛନ୍ତି। ଏବେ ପୂର୍ବତନ ଆଟର୍ନି ଜେନେରାଲ ମୁକୁଲ ରୋହତଗୀ ସୁପ୍ରିମକୋର୍ଟରେ ଟିକ୍‌ଟକ୍‌ କମ୍ପାନୀ ପାଇଁ ମାମଲା ଲଢ଼ିବାକୁ ମନା କରିଦେଇଛନ୍ତି। ସେ ଟିକ୍‌ଟକ୍‌ ପାଇଁ ଲବି କରି ଭାରତ ସରକାରଙ୍କ ବିରୋଧରେ ଦଲିଲ ଦାଖଲ କରିବେ ନାହିଁ ବୋଲି ବରିଷ୍ଠ ଆଡ୍‌ଭୋକେଟ ମୁକୁଲ ରୋହତଗୀ ସୁପ୍ରିମକୋର୍ଟରେ କହିଛନ୍ତି।

Comments are closed.