ମୁକ୍ତେଶ୍ୱର ପ୍ରାଙ୍ଗଣରେ ମୁଖ୍ୟମନ୍ତ୍ରୀଙ୍କ ସହ ୧୬ଟି ଦଳର ଅଧିନାୟକ

0

ଭୁବନେଶ୍ବର: ସୋମବାର ମୁକ୍ତେଶ୍ୱର ମନ୍ଦିର ପ୍ରାଙ୍ଗଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ହକି ଦଳର ଅଧିନାୟକଙ୍କୁ ଭେଟିଛନ୍ତି । ମୋଟ୍ ୧୬ଟି ଦେଶର ଅଧିନାୟକଙ୍କୁ ମୁଖ୍ୟମନ୍ତ୍ରୀ ଏକାସାଙ୍ଗରେ ସାକ୍ଷାତ କରିବା ସହ ଫଟୋ ଉଠାଇଥିଲେ । ମୋ ସାଇକେଲ ଅଭିଯାନ ଶୁଭାରମ୍ଭ ପରେ ମୁଖ୍ୟମନ୍ତ୍ରୀ ସିଧାସଳଖ ମୁକ୍ତେଶ୍ୱର ମନ୍ଦିରରେ ପହଞ୍ଚିଥିଲେ । ସେଠରେ ପୂର୍ବରୁ ଉପସ୍ଥିତ ଥିବା ୧୬ଟି ଦଳ ଅଧିନାୟକଙ୍କୁ ଭେଟିଥିଲେ । ଏନେଇ ମନ୍ଦିର ପରିସରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା ।

Leave A Reply