ବେଆଇନ ରେଳ ଟିକଟ ବିକ୍ରି ଅଭିଯୋଗରେ ଯୁବକ ଗିରଫ

0

ମୁଖିଗୁଡ଼ା : ବେଆଇନ ରେଳ ଟିକଟ ବିକ୍ରି ଓ ଯୋଗାଣ ଅଭିଯୋଗରେ ଜୟପାଟଣାର ଜଣେ ଯୁବକକୁ ଆର୍‍.ପି.ଏଫ୍‍ ଗିରଫ କରିଛି। ଜୟପାଟଣା ସ୍ଥିତ ଜୟ ଦୁର୍ଗା ଏଣ୍ଟରପ୍ରାଇଜେସ୍‍ର ମାଲିକ ମହେଶ କୁମାର ଅଗ୍ରୱାଲ ରେଲ୍‍ୱେ ବିଭାଗର ଅନୁମତି ନ ନେଇ ବ୍ୟକ୍ତିଗତ ଆଇ.ଡ଼ି. ଖୋଲି ରେଳ ଟିକଟ ବିକ୍ରି ଏବଂ ଯୋଗାଣ କରୁଥିଲେ । ଏ ସମ୍ପର୍କରେ ରେଲୱେ ବୋର୍ଡ଼ରେ ଆଇ.ଡ଼ି. ଚିହ୍ନଟ କରାଯାଇଥିଲା। ଶୁକ୍ରବାର ଟିଟିଲାଗଡ଼ ଆର୍‍.ପି.ଏଫ୍‍. ଥାନା ଇନିପ୍ପେକ୍ଟର ଏସ୍‍.କେ. ପାଠକ, ପି.କେ. ସାହୁ, ସବ୍‍ ଇନିପ୍ପେକ୍ଟର ଏନ୍‍.ପି. ମିଶ୍ର, ଏସ୍‍.ଆଇ ସ୍ୱାଇଁ ଏବଂ କ୍ରାଇମ୍‍ବ୍ରାଞ୍ଚ ସମ୍ବଲପୁରର ଅଧିକାରୀ ଜୟ ଦୁର୍ଗା ଇଣ୍ଟରପ୍ରାଇଜେସ୍‍ ଉପରେ ଚଢ଼ାଉ କରି ୧୫ଟି ରେଳ ଟିକଟ, ପେନ୍‍ ଡ଼୍ରାଇଭ୍‍, ଲାପ୍‍ଟପ୍‍ ପ୍ରିଣ୍ଟର, ଟିକଟ୍‍ ବିକ୍ରି ରେଜିଷ୍ଟର, ଦୁଇଟି ମୋବାଇଲ ଏବଂ ୪୧୮୨୦ ଟଙ୍କା ଜବତ କରି ମହେଶ ଅଗ୍ରୱାଲ(୨୫)କୁ ରେଲୱେ ଆକ୍ଟ ୧୪୩ ଅନୁଯାୟୀ ଗିରଫ କରାଯାଇଛି। ଏହିଭଳି କାରବାର ଗତ ଦେଢ଼ ବର୍ଷ ତଳୁ ଚାଲୁଥିବା ଇନିପ୍ପେକ୍ଟର ପାଠକ ସୂଚନା ଦେଇଛନ୍ତି। ଡ଼ି.ଜି. ଆର୍‍.ପି.ଏଫ୍‍ ଦିଲ୍ଳୀଙ୍କ ନିର୍ଦ୍ଦେଶ କ୍ରମେ ଭାରତର ବିଭିନ୍ନ ସ୍ଥାନରେ ବେଆଇନ ଟିକଟ କାରବାର ସମ୍ପର୍କରେ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଉଥିବା ସୂଚନା ମଳିଛି।

 

Leave A Reply