ଜଳିଗଲା ଗ୍ରୋସେରୀ ଗୋଦାମ ; ୧୦ ଲକ୍ଷରୁ ଉର୍ଦ୍ଧ ଟଙ୍କାର ଜିନିଷ ନଷ୍ଟ

0

ମୁଖିଗୁଡ଼ା : କଳାହାଣ୍ଡି ଜିଲ୍ଳା ଜୟପାଟଣା ଅଗ୍ରୱାଲ ଭବନ ସମ୍ମୁଖ ଏକ ଗୋଦାମରେ ନିଆଁ ଲାଗିଯାଇଛି। ଏହି ଅଗ୍ନିକାଣ୍ଡରେ ୧୦ ଲକ୍ଷରୁ ଉର୍ଦ୍ଧ ଟଙ୍କାର ଗ୍ରୋସେରୀ ସାମଗ୍ରୀ ପୋଡ଼ି ନଷ୍ଟ ହୋଇଯାଇଥିବା ଜଣାଯାଇଛି।
ଜୟପାଟଣା ଅଗ୍ରୱାଲ ଭବନ ସମ୍ମୁଖରେ ଥିବା ବିମଳା କିରାନା ଷ୍ଟୋରର ଗୋଦାମକୁ ବୁଧବାର ରାତିରେ ଏକ ଦଶ ଚକିଆ ଟ୍ରକରେ ଆସିଥିବା ବିସ୍କୁଟ କାଟୁନ ରଖାଯାଇଥିଲା। ଗୁରୁବାର ସକାଳୁ ସ୍ଥାନୀୟ ଲୋକେ ଗୋଦାମରୁ ଧୂଆଁ ବାହାରୁ ଥିବା ଦେଖି ଗୋଦାମ ମାଲିକକୁ ଖବର ଦେଇଥିଲେ। କବାଟ ଖୋଲିଲା ବେଳକୁ ଗୋଦାମ ସାରା ନିଅାଁ ଲାଗି ଯାଇଥିଲା ଜୟପାଟଣା ଅଗ୍ନିଶମ ବିଭାଗ କର୍ମଚାରୀ ଏବଂ ସ୍ଥାନୀୟ ସ୍ୱେଚ୍ଛାସେବୀ ଗୋଦାମରେ ପହଞ୍ଚି ନିଅାଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଥିଲେ ହେଁ ୧୬୦୦ ବର୍ଗଫୁଟ୍‍ ପରିସୀମା ମଧ୍ୟରେ ଥିବା ଗୋଦାମରେ ଥିବା ୧୦ ଲକ୍ଷରୁ ଉର୍ଦ୍ଧ ଟଙ୍କାର କିରାନା ସାମଗ୍ରୀ ପୋଡ଼ି ନଷ୍ଟ ହୋଇଯାଇଥିବା ଗୋଦାମ ମାଲିକ ପ୍ରକାଶ କରିଛନ୍ତି। ଗତ ରାତିରେ ବିସ୍କୁଟ କାଟୁନ ରଖିବା ସମୟରେ ଉଚ୍ଚତାରେ ରଖାଯାଇଥିବା ବିସ୍କୁଟ କାଟୁନ୍‍ ଗୋଦାମରେ ଲାଗିଥିବା ଦୁଇ ଶହ ୱାଟ୍‍ ର ବିଦ୍ୟୁତ୍‍ ବଳ୍‍ବ ସଂସ୍ପର୍ଶରେ ଆସି ନିଅାଁ ଲାଗି ଗୋଦାମ ସାରା ନିଅାଁ ଲାଗିଥିବା ଅନୁମାନ କରାଯାଉଛି।

Leave A Reply