ଖେତରେ କାମ କରିବା ବେଳେ ସର୍ପାଘାତରେ ଚାଷୀଙ୍କର ମୃତ୍ୟୁ

ମୁଖୀଗୁଡା – ଜୟପାଟଣା ଥାନା ଅନ୍ତର୍ଗତ ବାନେର ପିପଳଗୁଡା ଗ୍ରାମର ଜଣେ ଚଷୀଙ୍କ ସର୍ପାଘାତରେ ମୃତ୍ୟୁ ଘଟିଛି। ପିପଳଗୁଡା ଗ୍ରାମର ପିଲ ଦଳେଇ ମଙ୍ଗଳବାର ସନ୍ଧ୍ୟାରେ ଘର ଠାରୁ ୩ କିମିଦୂର କର୍ମେଲିସ୍ଥିତ ନିଜ ଖେତରେ କାମ କରୁଥିବା ବେଲେ ଏକ ନାଗ ସାପ କାମୁଡ଼ି ଦେଇଥିଲା । ତାଙ୍କୁ ରାତି ୮ଟା ବେଳେ ଜୟପାଟଣା ଡାକ୍ତର ଖାନା କୁ ଅଣାଯାଇଥିଲା । ଡାକ୍ତରଖାନା ପହଞ୍ଚିବା ବେଳକୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।

ଶୁକ୍ରବାରରେ ତାଙ୍କ ମୃତଦେହ ଜୟପାଟଣା ଡାକ୍ତରଖାନାରେ ବ୍ୟବଚ୍ଛେଦ କରାଯାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି । ସେ ପରିବାରର ଏକ ମାତ୍ର ରୋଜଗାର କ୍ଷମ ବ୍ୟକ୍ତି ହୋଇ ଥିବାରୁ ତାଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଦାବି ହୋଉଛି ।

Comments are closed.