ଯୁବକର ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ମୁଖୀଗୁଡା: ଜୟପାଟଣା ଥାନା ଅନ୍ତର୍ଗତ ବଡକରଲାକୋଟ ଗ୍ରାମର ହରି ରଣା(୪୬)ଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ବଡ଼କରଲାକୋଟ ଗ୍ରାମର ହରି ରଣା ଶୁଣ୍ଢିପଡ଼ା ନିକଟ ନିଜ କ୍ଷେତରେ ଏକ କୁଡ଼ିଆ କରି ରହୁଥିଲେ। ଶୁକ୍ରବାର ସକାଳେ ତାଙ୍କ ଭାଇ ତଳିକୁ ପାଣି ମଡ଼ାଇବା ପାଇଁ ଯାଇଥିଲେ। ଭାଇକୁ ଡାକିବାରୁ କୌଣସି ଉତ୍ତର ନପାଇ କୁଡ଼ିଆ ଭିତରକୁ ଯାଇ ଦେଖିଲେ ଯେ ଖଟ ଉପରେ ହରି ବସିଥିବା ବେଳେ ବେକରେ ଏକ ପ୍ଲାଷ୍ଟିକ ରସି ବନ୍ଧା ହୋଇଥିଲା। ଏ ସମ୍ପର୍କରେ ଜୟପାଟଣା ପୁଲିସକୁ ଖବର ଦେବାପରେ ଜୟପାଟଣା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ଜୟପାଟଣା ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ କରାଯାଇଛି। ଏନେଇ ଜୟପାଟଣା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ତେବେ ହରିକୁ ଯୋଜନାବଦ୍ଧ ଭାବରେ ହତ୍ୟା କରାଯାଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ହରି ମୃତ୍ୟୁ ଘଟଣାର ଏକ ନିରପେକ୍ଷ ତଦନ୍ତ କରିବା ପାଇଁ ସାଧାରଣରେ ଦାବି ହୋଇଛି।

Comments are closed.