୪ କ୍ୱିଣ୍ଟାଲରୁ ଊର୍ଦ୍ଧ୍ୱ ଗଞ୍ଜେଇ ଜବତ; ୧୦ ଗିରଫ

ମୁଖୀଗୁଡା: ଜୟପାଟଣା ପୁଲିସକୁ ବଡ଼ ସଫଳତା ମିଳିଛି । ଚୋରା ଚାଲାଣ ବେଳେ ୪ କ୍ୱିଣ୍ଟାଲ ୨୯କେଜି ଗଞ୍ଜେଇ ଜବତ କରିବା ସହ ଗଞ୍ଜେଇ ବୋଝେଇ ପିକଅପ, ବୋଲେରୋ ଓ ମୋଟର ସାଇକେଲ ମଧ୍ୟ ଜବତ କରିଛି ପୁଲିସ । ଏଥିସହିତ ଚୋରା ଚାଲାଣରେ ସଂପୃକ୍ତ ୧୦ଜଣଙ୍କୁ ପୁଲିସ ଗିରଫ କରିଛି । ସୂଚନା ମୁତାବକ ଗତକାଲି ରାତିରେ ମୁଖୀଗୁଡା -ମହୁଲ ପାଟଣା ଘଟିରେ ପୁଲିସ ପାଟ୍ରୋଲିଂ ସମୟରେ ଏକ ମହିନ୍ଦ୍ର। ପିକଅପ ନମ୍ବର  ଓଡି ୦୮ ଏଲ ୬୨୨୬କୁ ସନ୍ଧେହ କରାଯାଇ ପୁଲିସ ପିଛା କରିଥିଲା । ଏହି ଗାଡିସହ ଏକ ସହଯୋଗୀ ବୋଲେରୋ ନମ୍ବର ଓଡି ୩୩ଏଏ ୨୦୨୭ ଏବଂ ଏକ ମୋଟର ସାଇକେଲ  ନମ୍ବର ଓଡି ୮ଜି ୪୧୧୮ ରହିଥିଲା । ଜୟପାଟଣା ପୁଲିସ ଜୟପାଟଣା ପ୍ରତାପପୁର ନିକଟରେ ଗଞ୍ଜେଇ ଚାଲାଣ କରାଯାଉଥିବା ପିକଅପରେ ଥିବା ୪ କ୍ୱିଣ୍ଟାଲ ୨୯କେଜି ଜବତ କରିଛି । ସହଯୋଗୀ ବୋଲେରୋ, ମୋଟର ସାଇକେଲ ଏବଂ ଗଞ୍ଜେଇ ଚୋରା ଚାଲାଣରେ ସମ୍ପୃକ୍ତ ୧୦ଜଣଙ୍କୁ  ଗିରଫ କରିଛି । ସମସ୍ତ ଚାଲାଣକାରୀ ମାନେ କୋକସରା ଥାନା ଅଂଚଳରେ ବୋଲି ଜଣାପଡ଼ିଛି ।

Comments are closed.