୧୫ କେଜି ୯୦୦ ଗ୍ରାମ ଗଞ୍ଜେଇ ଜବତ, ୨ ଯୁବକ ଅଟକ

ମୁଖୀଗୁଡା: ମୁଖୀଗୁଡା-ଜୟପାଟଣା ରାସ୍ତା କୋଟପାଡି ବ୍ରିଜ ନିକଟରେ ଏକ ମୋଟର ସାଇକେଲରେ ଗଞ୍ଜେଇ ଚୋରା ଚାଲାଣ ବେଳେ ଜୟପାଟଣା ପୁଲିସ ହାତରେ ଧରା ପଡିଲେ ୨ଯୁବକ। ମଙ୍ଗଳବାର ମଧ୍ୟାହ୍ନରେ ମୁଖୀଗୁଡାରୁ ଜୟପାଟଣା ଆଡକୁ ଆସୁଥିବା ଏକ ମୋଟର ସାଇକେଲକୁ ମଦ ଆଣୁଥିବା ସନ୍ଦେହରେ କୋଟପାଡି ବ୍ରିଜ ନିକଟରେ ଜୟପାଟଣା ପୁଲିସ ଅଟକାଇ ଥିଲା। ମୋଟର ସାଇକେଲରେ ବସି ଥିବା ଦୁଇ ଯୁବକ ବସ୍ତାରେ କପଡା ଅଛି ବୋଲି କହିଥିଲ କିନ୍ତୁ ସନ୍ଦେହ ହେବାରୁ ମୋଟର ସାଇକେଲ ଡିକି ଏବଂ ବସ୍ତା ଦେଖିବା ପରେ ଗଞ୍ଜେଇ ଥିବା ଜଣା ପଡିଥିଲା। ପୁଲିସ ୧୫କେଜି ୯୦୦ଗ୍ରାମ ଗଞ୍ଜେଇ ଏବଂ ମୋଟର ସାଇକେଲ ଜବତ କରିବା ସହ ୨ ଯୁବକକୁ ଗିରଫ କରିଛି। ସେମାନଙ୍କ ସଠିକ ପରିଚୟ ମିଳିନାହିଁ। ସେମାନେ କୋରାପୁଟ ଅଞ୍ଚଳର ବୋଲି ଜଣାପଡ଼ିଛି।

Comments are closed.