ପାଣି ପାଇପ ମରାମତି ପାଇଁ ଖୋଳାଯାଇଥିବା ଗାତ ପୋତିବା ନେଇ ପଦକ୍ଷେପ ନିଆଯାଉ

ମୁଖୀଗୁଡା: ପାଣି ପାଇପ ମରାମତି ପାଇଁ ତହସିଲ କାର୍ୟ୍ୟାଳୟ ପଛପଟ ରାସ୍ତା ପାର୍ଶ୍ବରେ ଗାତ ଖୋଳି ଛାଡି ଦେଇ ଥିବାରୁ ସାଧାରଣ ରେ ତୀବ୍ର ପ୍ରତ୍ରିକ୍ରିୟା ପ୍ରକାଶ ପାଉଛି। କଳାହାଣ୍ଡି ଜିଲା ଜୟପାଟଣା ତହସିଲ କାର୍ୟ୍ୟାଳୟ ପଛ ପଟପଟ କୋର୍ଟ ଯିବା ମୁଖ୍ୟ ରାସ୍ତା ପାର୍ଶ୍ବକୁ ପ୍ରାୟ ଦୁଇ ଫୁଟ ଗଭୀରରେ ୩୦ମିଟର ଖୋଲା ଯାଇ ଗତ କୋଡିଏ ଦିନ ତଳୁ ପାଣି ପାଇପ ମରାମତି କାର୍ୟ୍ୟ କରିବା ପାଇଁ ଛାଡି ଦିଆ ଯାଇଛି। ଏହା ମରାମତି କରାଯାଉନାହିଁ କିମ୍ବା ଖୋଲା ଯାଇଥିବା ଗାତ ପୋତା ବି ଯାଉନାହିଁ। ରାସ୍ତା ପାର୍ଶ୍ବରେ ଗାତ ଖୋଳି ଛାଡି ଦେଇ ଥିବା ଯୋଗୁଁ ଛୋଟ ମୋଟ ଦୁର୍ଘଟଣା ଘଟୁ ଥିବା ବେଳେ ଲୋକେ ନାହିଁ ନଥିବା ଅସୁବିଧା ର ସମ୍ଭୁଖିନ ହୋଉଛନ୍ତି ହେଲେ ପାଣି ପାଇପ ମରାମତି କରାଯାଉନାହିଁ ।ଜୟପାଟଣା ତହସିଲ କାର୍ୟ୍ୟାଳୟ ସମ୍ମୁଖରେ ପ୍ରାୟ ଏକ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେଲା ଓଭରହେଡ ଟ୍ୟାଙ୍କ ଏବଂ ପାଇପ ଲାଇନ କାମ ।ବ୍ୟାପକ ଦୁର୍ନୀତି ଏବଂ ନିମ୍ନମାନର କାମ ଯୋଗୁଁ ଜୟପାଟଣା ସହର କୁ ଜଳ ଯୋଗାଣ ବିଫଳ ହୋଇଥିବା ବେଳେ ଦୀର୍ଘ ଦିନ ଧରି ପାଇପ ମରାମତି ପାଇଁ ଗାତ ଖୋଳି ଛାଡି ଦେଇଥିବାରୁ ଧନ ଜୀବନ ହାନି ହେବାର ସମ୍ଭାବନା ରହିଛି। ବିଭାଗୀୟ ଉଚ୍ଚ କତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।

Comments are closed.