ମୋଟର ସାଇକେଲ ଦୁର୍ଘଟଣାରେ ଜଣେ ମୃତ, ଜଣେ ଆହତ

ମୁଖୀଗୁଡା : ମୋଟେର ରାସ୍ତା ଜୟପାଟଣା ଖଳିଆଭଟା ନିକଟରେ ଏକ ମୋଟର ସାଇକେଲ ଦୁର୍ଘଟଣାଗ୍ରସ୍ତ ହେବାରୁ ଜଣକର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି। ଆଜି କଲମପୁର ବ୍ଲକ ଅନ୍ତର୍ଗତ ମିନଗୁର ଗ୍ରାମର ଖଗେଶ୍ୱର ନାଗ(୪୦) ଏବଂ ଭରତ କାଣ୍ଡ(୪୭) ଏକ ମୋଟର ସାଇକେଲରେ ନିଜ ଗ୍ରାମରୁ ଜୟପାଟଣା ଆସୁଥିବା ବେଳେ ପ୍ରାୟ ୨ଟା ବେଳେ ଖଳିଆଭଟା ନିକଟରେ ଗାଈପଲ ସହ ମୋଟର ସାଇକେଲ ଧକ୍କା ହେବାରୁ ୨ ଜଣ ଗୁରୁତର ଆହତ ହୋଇଥିଲେ । ସେମାନଙ୍କୁ ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ଦ୍ଵାରା ଜୟପାଟଣା ଘୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ହେଲେ ଖଗେଶ୍ୱର ନାଗଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା । ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମୃତ ଖଗେଶ୍ୱରଙ୍କ ଶବ ବ୍ୟବଚ୍ଛେଦ କରାଯାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି । ଜୟପାଟଣା ପୁଲିସ ଘଟଣାର ତଦନ୍ତ ଜାରି ରଖିଛନ୍ତି।

Comments are closed.