ମଣ୍ଡି ଆରମ୍ଭ ଦିନରୁ ଧାନ ଚୋରା ଚାଲାଣ ସନ୍ଦେହରେ ଧାନ ବୋଝେଇ ଟ୍ରକ ଅଟକ

ମୁଖୀଗୁଡା: ଆଜି କଳାହାଣ୍ଡି ଜିଲା ଜୟପାଟଣା ବ୍ଳକର ଖାଲିଆଭଟା ଧାନ ମଣ୍ଡିରେ ଧାନ କ୍ରୟ ଆରମ୍ଭ ହୋଇଥିଲା। ଆଜି ଧର୍ମଗଡ଼ ଉପଜିଲ୍ଲାପାଳ ମଣ୍ଡିର ଶୁଭଉଦଘାଟନ କରିଥିବାବେଳେ ମଣ୍ଡି ଆରମ୍ଭ ଦିନରୁ ଏକ ଧାନ ବୋଝେଇ ଟ୍ରକକୁ ଧାନ ଚୋରା ଚାଲାଣ କରୁଥିବା ସନ୍ଦେହ ରେ ଆରଏମସି କର୍ମଚାରୀ ଙ୍କ ଦ୍ଵାରା ଟ୍ରକକୁ ଅଟକ ରଖାଯିବା ପରେ ଜୟପାଟଣା ଥାନା ରେ ଅଟକ ରଖାଯାଇଛି ।

ଆଜି ଖଳିଆଭଟା ମଣ୍ଡି ରେ ଧାନ କ୍ରୟ ପରେ ଆର.ଏମ୍. ସି କର୍ମଚାରୀ କାର୍ୟ୍ୟାଳୟ ଫେରୁଥିବା ସମୟରେ ସନ୍ଧ୍ୟାରେ ଦେଖିବାକୁ ପାଇଲେଯେ ଦାଶରଥି ପେଟ୍ରୋଲ ପମ୍ପ ନିକଟରେ ଏକ ଟ୍ରକ ରେ ଧାନ ବୋଝେଇ ହୋଇଯାଉଛି କେବଳ ଖଳିଆଭଟା ବ୍ୟତୀତ ଅନ୍ୟ ମଣ୍ଡି ଚାଲୁ ନଥିବାରୁ ଧାନ ଅନ୍ୟତ୍ର ଚାଲାଣ ହୋଉ ଥିବା କର୍ମଚାରୀ ସନ୍ଧେହ କରି ଟ୍ରକନଂ ଓଆର ୦୨ବି ଭି ୧୮୯୬ କୁ ଅଟକାଇବାରୁ ,ଡ୍ରାଇଭର ଟ୍ରକ କୁ ରାସ୍ତା କଡରେ ରଖି ଫେରାର ହୋଇଥିଲା ।ଫଳରେ କର୍ମଚାରୀ ଙ୍କ ଧାନ ଚୋରା ଚାଲାଣ ନେଇ ସନ୍ଦେହ ଘନୀଭୂତ ହେବାରୁ ଜୟପାଟଣା ତହସିଲଦାର ଙ୍କୁ ସୂଚନା ଦେଇଥିଲେ ।ତୁରନ୍ତ ଅତିରିକ୍ତ ତହସିଲଦାର ଟିକନୁ ପୁଟା ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭକରିବା ପରେ ଧାନ ବୋଝେଇ ଟ୍ରକକୁ ଜୟପାଟଣା ଥାନା ରେ ଅଟକ ରଖାଯାଇଛି।
ଜୟପାଟଣା ଅଞ୍ଚଳରୁ ଗତକିଛିଦିନ ତଳୁ କେତେକ ଦଲାଲ ଧାନ୭୫କେଜି ବସ୍ତା ପ୍ରତି ୧୦୦୦ଟଙ୍କା ରେ କିଣି ଅନ୍ୟତ୍ର ଚୋରା ଚାଲାଣ କରୁ ଥିବା ଅଭିଯୋଗ ଆସୁଥିବା ବେଳେ କେତେକ ମିଲ ମଧ୍ୟ କମ ଦରରେ ଧାନ କିଣି ମହଜୁଦ ରଖିବା ଆରମ୍ଭ କଲେଣି । ଏଥିରେ ଏଜ ବଡ ରାଜେଟ କାମ କରୁଥିବା ଚର୍ଚ୍ଚା ହୋଉଛି ।

Comments are closed.