ଇନ୍ଦ୍ରାବତୀ ପାୱାର ଚାନେଲରୁ ମହିଳାଙ୍କ ମୃତଦେହ ଉଦ୍ଧାର

ମୁଖୀଗୁଡା : ଇନ୍ଦ୍ରାବତୀ ପାୱାର ଚାନେଲ ଧନସୁଲି ନିକଟରେ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଉଦ୍ଧାର କରାଯାଇଥିବା ମୃତ ଦେହଟି ଜୟପାଟଣା ଥାନା ଅନ୍ତର୍ଗତ ଧନସୁଲି ପଂଚାୟତ ଛତାବାନ୍ଧୁଗୁଡା ଗ୍ରାମର ନାଏକ ଜାନି ସ୍ତ୍ରୀ ସୁକୁମଣି ଜାନି(୩୭) ବୋଲି ଜଣାପଡିଛି। ଆଜି ଆଜି ପାୱାର ଚାନେଲ ଧନସୁଲି ନିକଟରେ ଏକ ଶବ ଭାସୁଥିବା କିଛି ଲୋକଦେଖି ଜୟପାଟଣା ଥାନା କୁ ଖବର ଦେଇ ଥିଲେ ।ଜୟପାଟଣା ପୋଲିସ ଘଟଣା ସ୍ଥଳ ରେ ପହଞ୍ଚି ଶବ ଉଦ୍ଧାର କରିବା ସହ ଶବ ଛିନ୍ନଟ କରିବା ପରେ ସୁକୁମଣି ଜାନି ବୋଲି ଜଣାପଡିଥିଲା।
ସୂଚନାଅନୁସାରେ ଜୟପାଟଣା ଥାନା ଅନ୍ତର୍ଗତ ଧନସୁଲି ପଂଚାୟତ ଛତାବାନ୍ଧୁଗୁଡା ଗ୍ରାମର ନାଏକ ଜାନି ସ୍ତ୍ରୀ ସୁକୁମଣି ଜାନି(୩୭)ନିଖୋଜ ଥିବା ସମ୍ପର୍କରେ ଗୁରୁବାର ଜୟପାଟଣା ଥାନାରେ ଲିଖିତ ଅଭିଯୋଗ କରିଥିଲେ ତାଙ୍କ ସ୍ବାମୀ । ତେବେ ଆଜି ତାଙ୍କ ମୃତଦେହ ଇନ୍ଦ୍ରାବତୀ ପାୱାର ଚାନେଲର ମିଳିବା ପରେ ଜୟପାଟଣା ଥାନା ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଛି ବୋଲି ଏଏସଆଇ ସନ୍ତୋଷ ସାହୁ କହିଛନ୍ତି।