ଓଡ଼ିଶା ଜଳ ବିଦ୍ୟୁତ ନିଗମ ମୁଖିଗୁଡ଼ାରେ କାର୍ଯ୍ୟରତ ଜି.ଏମ ନିଖୋଜ

ମୁଖିଗୁଡ଼ା : କଳାହାଣ୍ଡି ଜିଲା ମୁଖିଗୁଡ଼ାରେ ଓଡ଼ିଶା ଜଳ ବିଦ୍ୟୁତ ନିଗମର  କାର୍ଯ୍ୟରତ ଜି.ଏମ୍. ନାରାୟଣ ପ୍ରସାଦ ମେହେରଙ୍କ ସନ୍ଧାନ ମିଳୁନାହିଁ। ମଙ୍ଗଳବାର ପୂର୍ବାହ୍ନ ପ୍ରାୟ ୧୦ଟା ବେଳେ ଜି.ଏମ୍. ନାରାୟଣ ପ୍ରସାଦ ମେହେର ଓ.ଏଚ୍.ପି.ସି. କାର୍ଯ୍ୟାଳୟକୁ ଯାଇ ଆଉ ଘରକୁ ଫେରି ନ ଥିଲେ। ଏପରି କି ଦିନରେ ଘରକୁ ମଧ୍ୟାହ୍ନ ଭୋଜନ ପାଇଁ ମଧ୍ୟ ଆସି ନ ଥିଲେ। ସନ୍ଧ୍ୟାରେ ଘରକୁ ନ ଫେରିବାରୁ ତାଙ୍କୁ ଖୋଜାଖୋଜି କରାଯାଇଥିଲେ ହେଁ ତାଙ୍କର ସନ୍ଧାନ ମିଳିନଥିଲା। ତାଙ୍କ ମୋବାଇଲକୁ ଫୋନ୍ କଲେ କେବଲ ଫୋନ୍ ରିଙ୍ଗ୍ ହେଉଥିଲା କୌଣସି ଉତ୍ତର ନ ମିଳିବାରୁ ଜି.ଏମ୍. ଙ୍କ ପତ୍ନୀ ଶ୍ରୀ ମେହେରଙ୍କ ନିଖୋଜ ସମ୍ପର୍କରେ ମୁଖିଗୁଡ଼ା ଫାଣ୍ଡିରେ ସୂଚନା ଦେଇଥିଲେ। ପୁଲିସ ସୂଚନା ପାଇବା ପରେ ମଙ୍ଗଳବାର ରାତିରୁ ପୁଲିସ ଏବଂ ଓ.ଏଚ୍.ପି.ସି. ର କିଛି କର୍ମଚାରୀ ଖୋଜା ଖୋଜି କରିଥିଲେ ହେଁ ଜି.ଏମ୍. ନାରାୟଣ ପ୍ରସାଦ ମେହେ ଙ୍କ  ଏପର୍ଯ୍ୟନ୍ତ କୌଣସି ସନ୍ଧାନ ମିଳିନାହିଁ।

Comments are closed.