ଧର୍ମଗଡ ଉପଖଣ୍ଡକୁ ନୂତନ ଜିଲ୍ଳା ଘୋଷଣା ଦାବୀରେ  ଜୟପାଟଣା ଓ ମୁଖିଗୁଡ଼ା ବନ୍ଦ ପାଇଁ ପ୍ରସ୍ତୁତି ବୈଠକ

0

ମୁଖିଗୁଡ଼ା : ବୁଧବାର ଧର୍ମଗଡ଼ ଉପଖଣ୍ଡକୁ ନୂତନ ଜିଲା ଘୋଷଣା ଦାବୀରେ ଗୁରୁବାର ଜୟପାଟଣା ଏବଂ ମୁଖିଗୁଡ଼ା ବନ୍ଦ ପାଇଁ ଜୟପାଟଣା ଓକିଲ ସଂଘ କାର୍ଯ୍ୟାଳୟରେ ଓକିଲ ସଂଘ ଉପ ସଭାପତି ରଜନୀକାନ୍ତ ପଣ୍ଡା ଏବଂ ସଂପାଦକ ପ୍ରମୋଦ ପଣ୍ଡା ଆବାହକତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଦଳମତ ନିର୍ବିଶେଷରେ ସମସ୍ତେ ଯୋଗ ଦେଇଥିଲେ। ଧର୍ମଗଡ଼ ଉପଖଣ୍ଡକୁ ଏକ ଜିଲା ଦାବୀର ଯଥାର୍ଥତା ଉପରେ ବିଶଦ ଆଲୋଚନା ହୋଇଥିଲା। ଗୁରୁବାର ଜୟପାଟଣା ଏବଂ ମୁଖିଗୁଡ଼ାର ସମସ୍ତ ସରକାରୀ ବେସରକାରୀ କାର୍ଯ୍ୟାଳୟ, ଦୋକାନ ବଜାର, ବ୍ୟାଙ୍କ ବନ୍ଦ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏହି ବୈଠକରେ ବିଜେପିର ପୂର୍ବତନ ଜିଲା ସଭାପତି ଶେଷଦେବ ବେହେରା, ବିଭୂତି ପାଣିଗ୍ରାହୀ, ଅବିନାଶ ନନ୍ଦ, ଅମିତ ପଣ୍ଡା, ତୀର୍ଥରାଜ ଦଳପତି, ଉଅାଁସୁ ବିଶ୍ୱାଳ, ବରିଷ୍ଠ କଂଗ୍ରେସ ନେତା ହେମନ୍ତ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ।

 

Leave A Reply