ଏସିଆର ସବୁଠୁ ଧନୀ ବ୍ୟକ୍ତି ହେଲେ ମୁକେଶ ଆମ୍ବାନୀ

ନୂଆଦିଲ୍ଲୀ: ଫେସବୁକ୍‌ ସହିତ ଡିଲ୍‌ ହେବା ପରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମୁଖ୍ୟ ମୁକେଶ ଆମ୍ବାନୀଙ୍କ ସମ୍ପତ୍ତି ପରିମାଣରେ ବଡ଼ ବୃଦ୍ଧି ଘଟିଛି। ଏହା ଫଳରେ ସେ ଏସିଆର ସବୁଠୁ ଧନୀ ବ୍ୟକ୍ତି ହେବାରେ ଗୌରବ ଅର୍ଜନ କରିଛନ୍ତି। ଏପରି କି ସେ ଆଲିବାବାର ପ୍ରତିଷ୍ଠାତା ଜ୍ୟାକ୍‌ ମାଙ୍କୁ ପଛରେ ପକାଇ ଦେଇଛନ୍ତି। ବ୍ଲୁମବର୍ଗ ବିଲିଅନାୟାର ଇଣ୍ଡେକ୍ସ ଅନୁସାରେ, ମୁକେଶ ଆମ୍ବାନୀଙ୍କ ସମ୍ପତ୍ତି ୪୭୦ କୋଟି ଡଲାର ବୃଦ୍ଧି ପାଇ ୪୯୨୦ କୋଟି ଡଲାରରେ ପହଞ୍ଚିଛି। ଅନ୍ୟପଟେ ଜ୍ୟାକ ମାଙ୍କ ସମ୍ପତ୍ତି ପରିମାଣ ୪୬୦୦ କୋଟି ଡଲାର ରହିଛି।

ସେହିପରି ବିଶ୍ଵବ୍ୟାପୀ ଧନୀ ତାଲିକାରେ ମୁକେଶ ଆମ୍ବାନୀ ୧୭ତମ ସ୍ଥାନରେ ରହିଛନ୍ତି। ଜ୍ୟାକ୍‌ ମା ୧୯ତମ ସ୍ଥାନରେ ଅଛନ୍ତି। ଆମାଜନର ପ୍ରତିଷ୍ଠାତା ଜେଫ ବେଜୋସ ୧୪ହଜାର ୩୦୦ କୋଟି ଡଲାର ସମ୍ପତ୍ତି ସହିତ ପ୍ରଥମ ସ୍ଥାନରେ ରହିଛନ୍ତି।

Comments are closed.