ମୁଜାଫରପୁର କନ୍ୟାଶ୍ରମ ମାମଲା – ବ୍ରଜେସ ଠାକୁର ଓ ଅନ୍ୟ ୧୧ ଜଣଙ୍କୁ ଆଜୀବନ କାରାଦଣ୍ଡ

ସମାଜ ପୋର୍ଟାଲ ଡେସ୍କ: ବିହାରର ମୁଜାଫରପୁର ଜିଲ୍ଲା କନ୍ୟାଶ୍ରମ ଯୌନ ନିର୍ଯାତନା ଓ ଶାରୀରିକ ନିର୍ଯାତନା ମାମଲାରେ ଦିଲ୍ଲୀର ଏକ ଅଦାଲତ ବ୍ରଜେସ ଠାକୁର ଓ ଅନ୍ୟ ୧୧ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି। ଅତିରିକ୍ତ ସେସନ୍ସ ଜଜ୍‍ ସୌରଭ କୂଳଶ୍ରେଷ୍ଠ ମଙ୍ଗଳବାର ରାୟ ଘୋଷଣା କରିଥିଲେ। ବ୍ରଜେସ ଠାକୁରଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ପାଇଁ ସି.ବି.ଆଇ. ଗତ ୪ ତାରିଖରେ କୋର୍ଟରେ ନିବେଦନ କରିଥିଲା। ବଳାତ୍କାର ଏକ ଘୃଣ୍ୟ ଅପରାଧ ହୋଇଥିବା ଦୃଷ୍ଟିରୁ ଏ କ୍ଷେତ୍ରରେ ଦୋଷୀମାନଙ୍କ ପ୍ରତି କୌଣସି ଦୟା ପ୍ରଦର୍ଶନ କରା ନଯିବାକୁ ସି.ବି.ଆଇ. ନିବେଦନ କରିଥିଲା।

ଗତ ଜାନୁଆରୀ ୨୦ତାରିଖରେ ନିମ୍ନ ଅଦାଲତ ବ୍ରଜେସ ଠାକୁରଙ୍କୁ ବଳାତ୍କାର ଓ ପୋକ୍ସୋ ଆଇନ୍‍ର ବିଭିନ୍ନ ଧାରା ଅଧୀନରେ ଦୋଷୀ ସାବ୍ୟସ୍ତ କରିଥିଲେ। ତାଙ୍କ ବିରୁଦ୍ଧରେ ଭାରତୀୟ ପିଙ୍ଗଳ ଆଇନ୍‍ର ବଳାତ୍କାର ଓ ସାମୁହିକ ବଳାତ୍କାର ଧାରାମାନ ମଧ୍ୟ ଲାଗୁ ହୋଇଥିଲା। ୨୦୧୮ ମେ ମାସ ୨୬ ତାରିଖରେ ଏହି ଅପରାଧ ଲୋକ ଲୋଚନକୁ ଆସିଥିଲା। କନ୍ୟାଶ୍ରମରେ ଯୌନ ନିର୍ଯାତନା ହେଉଥିବା ବିଷୟରେ ସର୍ବପ୍ରଥମେ ଟାଟା ସାମାଜିକ ବିଜ୍ଞାନ ପ୍ରତିଷ୍ଠାନ ବିହାର ସରକାରଙ୍କୁ ଜଣାଇଥିଲା।

Comments are closed.