ମହାରାଷ୍ଟ୍ରରେ ଲିଙ୍ଗାୟତ ସାଧୁ ରୁଦ୍ର ପାଶୁପତି ମହାରାଜଙ୍କୁ ହତ୍ୟା

ମୁମ୍ବାଇ: ପାଲଘର ଅଞ୍ଚଳରେ ଦୁଇ ଜଣ ସାଧୁଙ୍କୁ ପିଟିପିଟି ହତ୍ୟା ଘଟଣାକୁ ନେଇ ରାଜନୀତି ଥମିନାହିଁ । ଏହି ସମୟରେ ମହାରାଷ୍ଟ୍ରର ନନ୍ଦେଡ଼ ଅଞ୍ଚଳରେ ପ୍ରାୟ  ଲିଙ୍ଗାୟତ ସମ୍ପ୍ରଦାୟର ୧୦୦ ବର୍ଷର ପୁରୁଣା ମଠର   ଜଣେ ସାଧୁ ରୁଦ୍ର ପାଶୁପତି ମହାରାଜଙ୍କୁ ତାଙ୍କ ଆଶ୍ରମ ମଧ୍ୟରେ ହତ୍ୟା ଘଟଣା ଅତ୍ୟନ୍ତ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଛି । ତେବେ ପାଶୁପତି ମହାରାଜଙ୍କୁ ତାଙ୍କରି ସମ୍ପ୍ରଦାୟର ଅଜଣେ ଅନୁଗତ ସାଇନାଥ ରାମ ହତ୍ୟା କରିଥିବା ଅନୁମାନ କରାଯାଉଛି ବୋଲି ପୁଲିସ ସୂଚନା ଦେଇଛି । ଅଭିଯୁକ୍ତ ସାଇନାଥ ସାଧୁଙ୍କ ସହ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଆଶ୍ରମ ମଧ୍ୟରେ ହତ୍ୟା କରିଛି ।

ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । ଅଭିଯୁକ୍ତ ସ୍ବାଭାବିକ ଭାବରେ ଆଶ୍ରମରେ ପ୍ରବେଶ କରିଥିଲା ଓ ତାକୁ କେହି ସନ୍ଦେହ କରି ନ ଥିଲେ । ତେବେ ଘଟଣା ଘଟାଇବା ପରେ ସେ ସାଧୁଙ୍କ ଶବକୁ ଗାଡ଼ିରେ ଲୁଚାଇ ନେଇ ପଳାଇବାକୁ ଚେଷ୍ଟା କରିଥିଲା । ଏହି ସମୟରେ ଶବ୍ଦ ହେବାରୁ କିଛି ଦୂରରେ ଶୋଇଥିବା କେତେଜଣ ସେବକଙ୍କର ନିଦ ଭାଙ୍ଗି ଯାଇଥିଲା । ସେମାନେ ଅଭିଯୁକ୍ତ ସାଇନାଥକୁ ଧରିବାକୁ ଉଦ୍ୟମ କରିଥିଲେ ହେଁ ସଫଳ ହୋଇ ପାରି ନ ଥିଲେ । ଏ ସମ୍ପର୍କରେ ସେମାନେ ପୁଲିସକୁ ଖବର ଦେଇଥିଲେ । ପୁଲିସ ତଦନ୍ତ କରିବା ବେଳେ ଆଶ୍ରମ ବାହାରେ ଆଉ ଜଣେ ବ୍ୟକ୍ତିଙ୍କର ଶବ ଠାବ ହୋଇଥିଲା । ହତ୍ୟାର ଶିକାର ଦ୍ବିତୀୟ ବ୍ୟକ୍ତିଙ୍କ ନାମ ଭଗବାନ ସିନ୍ଧେ । ସେ ସାଇନାଥର ସହଯୋଗୀ ହୋଇପାରେ ବୋଲି ପୁଲିସ ଅନୁମାନ କରୁଛି ।

Comments are closed.