ଯୁବତୀ ଅପହରଣ ଉଦ୍ୟମ; ଅପହର୍ତ୍ତାକୁ ପିଟିପିଟି ମାରିଦେଲେ ସ୍ଥାନୀୟ ଲୋକ

ଢ଼େଙ୍କାନାଳ: ଜଣେ ଯୁବତୀଙ୍କୁ ଅପହରଣ କରିବା ଉଦ୍ୟମ ଜନୈକ ଯୁବକଙ୍କୁ ମହଙ୍ଗା ପଡ଼ିଛି । ଅପହରଣ କରିବାକୁ ଉଦ୍ୟମ କରିବା ବେଳେ ସ୍ଥାନୀୟ ଲୋକ ତାକୁ ଧରି ନିସ୍ତୁକ ପିଟିବା ଯୋଗୁଁ ଯୁବକର ଜୀବନ ଯାଇଛି । ଘଟଣାଟି ଘଟିଛି ଢ଼େଙ୍କାନାଳ ଜିଲାର ନିହଲ ପ୍ରସାଦ ଥାନା ଅନ୍ତର୍ଗତ ଗମ୍ଭାରିଆ ଗାଁରେ । ଯୁବକର ନାମ ମାନସ ସାମଲ ଓ ତାର ଘର ଗଁଦିଆ ଥାନା ଅନ୍ତର୍ଗତ ଦଣ୍ଡେଇବରେଣି ଗ୍ରାମରେ ବୋଲି ସୂଚନା ମିଳିଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Comments are closed.